20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶମିଶନ-୩୭୦: ସୋନିଆଙ୍କ ଘରେ ପୁଣି ବସିଲା ଶୀର୍ଷସ୍ତରୀୟ ନେତାଙ୍କ ବୈଠକ

ମିଶନ-୩୭୦: ସୋନିଆଙ୍କ ଘରେ ପୁଣି ବସିଲା ଶୀର୍ଷସ୍ତରୀୟ ନେତାଙ୍କ ବୈଠକ

ନୂଆଦିଲ୍ଳୀ: କଂଗ୍ରେସ ନିଜର କାୟା ବଜାର ରଖିବା ପାଇଁ ଆସନ୍ତା ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରିଛି। ୪ ଦିନ ମଧ୍ୟରେ ତୃତୀୟ ଥର ପାଇଁ କଂଗ୍ରେସର ବରିଷ୍ଠ ନେତୃତ୍ୱଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମଧ୍ୟ ଉପସ୍ଥିତ ଅଛନ୍ତି। ବୈଠକରେ, ୨୦୨୪ ପାଇଁ ପ୍ରସ୍ତୁତ ହୋଇଥିବା ରଣନୀତି ଉପରେ ଅଧିକ ଆଲୋଚନା ହୋଇଛି । ଏକାସାଙ୍ଗରେ ମଧ୍ୟପ୍ରଦେଶରେ ହେବାକୁ ଥିବା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେଉଛି। ବୈଠକରେ  ଅମ୍ବିକା ସୋନି, ଏ.କେ ଆଣ୍ଟୋନି, ଡିଜିଭାଇ ସିଂ, ମୁକୁଲ ୱାସନିକ, ରଣଦୀପ ସୁରଜେୱାଲା, ଭେନୁଗୋପାଲ, ଚିଦାମ୍ବରମ, ଜୟରାମ ରମେଶ ପ୍ରମୁଖ ଉପସ୍ଥିତ ଥିଲେ । କମଲ ନାଥ ପ୍ରଥମ ଥର ପାଇଁ ଏହି ସଭାରେ ଯୋଗ ଦେଇଛନ୍ତି। ତେବେ ସୋମବାର ସନ୍ଧ୍ୟାରେ ଦଳର ନେତୃତ୍ୱ ମଧ୍ୟରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପି.କେ (ପ୍ରଶାନ୍ତ କିଶୋର) ସେହି ରାଜ୍ୟଗୁଡିକର ରଣନୀତି ବିଷୟରେ ଉପସ୍ଥାପନା ଦେଇଛନ୍ତି, ଯେଉଁଠାରେ ଲୋକସଭା ନିର୍ବାଚନ ପୂର୍ବରୁ ବିଧାନସଭା ନିର୍ବାଚନ ହେବ।
ସେହିପରି ଶନିବାର ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ନିର୍ବାଚନ ୨୦୨୪ ସମ୍ବନ୍ଧରେ ସୋନିଆ ଗାନ୍ଧୀଙ୍କ ବାସଭବନରେ ୪ ଘଣ୍ଟିଆ ପ୍ରସ୍ତାବ ଉପସ୍ଥାପନା କରିଥିଲେ। ଓଡିଶା, ବିହାର ଏବଂ ୟୁପିରେ ‘ଏକଲା ଚାଲୋ’ ନୀତି ଆପଣେଇଥିବାବେଳେ ପି.କେ ରୋଡମ୍ୟାପରେ କହିଛନ୍ତି ଯେ ଲୋକସଭାରେ ୩୭୦ ଆସନ, ମହାରାଷ୍ଟ୍ର, ବଙ୍ଗଳା ଏବଂ ତାମିଲନାଡୁର ମିଳିତ ମଞ୍ଚ ଉପରେ ଦଳ ଧ୍ୟାନ ଦେବା ଉଚିତ। ସୂଚନାନୁସାରେ, ରାହୁଲ ଗାନ୍ଧୀ ପି.କେଙ୍କ ଉପସ୍ଥାପନାରେ ସହମତ ହୋଇଥିଲେ। ୧୦ ଜନପଥରେ ଆୟୋଜିତ ଏହି ବୈଠକରେ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେସି ଭେନୁଗୋପାଲ, ପି ଚିଦାମ୍ବରମ୍, ମୁକୁଲ ୱାସନିକ, ରଣଦୀପ ସୁରଜେୱାଲା ପ୍ରମୁଖ ଉପସ୍ଥିତ ଥିଲେ। ତେବେ ୪ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ରାହୁଲ ଗାନ୍ଧୀ ଉପସ୍ଥିତ ନଥିଲେ। ଶନିବାର ପ୍ରଶାନ୍ତ କିଶୋରଙ୍କ ଉପସ୍ଥାପନା ପରେ କଂଗ୍ରେସ ଏ.କେ ଆଣ୍ଟୋନି, ମଲ୍ଲିକାର୍ଜୁନ ଖାର୍ଜ ଏବଂ ଅମ୍ବିକା ସୋନିଙ୍କ ଏକ କମିଟି ଗଠନ କରିଛି। ବୈଠକରେ ଉପସ୍ଥିତ ନେତାମାନେ ପି.କେଙ୍କୁ କଂଗ୍ରେସରେ ଯୋଗଦେବାକୁ କହିଛନ୍ତି। ତେବେ, ପିକେ କେଉଁ ପୋଷ୍ଟ ପାଇଁ କାମ କରିବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଏ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ ମେ  ୨ ସୁଦ୍ଧା ମୁଁ କିଛି ନିଷ୍ପତ୍ତି ନେବି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking