26.1 C
Bhubaneswar
Tuesday, June 17, 2025
Homeଅପରାଧ୬୦ ମହଲାରୁ ଡେଇଁ ମିସ୍ ୟୁଏସ୍‌ଏ କଲେ ଆତ୍ମହତ୍ୟା

୬୦ ମହଲାରୁ ଡେଇଁ ମିସ୍ ୟୁଏସ୍‌ଏ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ମିସ୍ ୟୁଏସ୍ -୨୦୧୯ ଚେସଲି କ୍ରିଷ୍ଟଙ୍କ ୩୦ ବର୍ଷ ବୟସରେ ମୃତ୍ୟୁ ହୋଇଛି । ନ୍ୟୁୟର୍କ ସହରର ଏକ ୬୦ ମହଲା କୋଠାରୁ ଖସି ପଡ଼ିବା ପରେ ଗତ ରବିବାର ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହି ଘଟଣା ପରେ ମିସ୍ ୟୁନିଭର୍ସ -୨୦୨୧ ହର୍ନାଜ କୌର ସାନ୍ଧୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଚେସଲିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଗତ ବର୍ଷ ଡିସେମ୍ବରରେ ମିସ୍ ୟୁନିର୍ଭସ ବିଜେତା ହେବା ପରେ ହରଜାନ ସାନ୍ଧୁଙ୍କ ସାକ୍ଷାତକାର ନେଇଥିଲେ ଚେସଲି । ହର୍ନାଜ କୌର ସନ୍ଧୁ ଚେସଲି କ୍ରିଷ୍ଟଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, “ଏହି ଖବର ହୃଦୟ ବିଦାରକ ଏବଂ ଅବିଶ୍ୱାସନୀୟ । ଆପଣ ସର୍ବଦା ଅନେକଙ୍କ ପାଇଁ ପ୍ରେରଣା ରହିବେ । ଈଶ୍ୱର ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।”
ବିୟୁଟି କୁଇନ, ଓକିଲ, ଫ୍ୟାସନ ବ୍ଲଗର୍ ଏବଂ ଟିଭି ସମ୍ବାଦଦାତା ଚେସଲି କ୍ରିଷ୍ଟ ଜାନୁଆରି ୩୦ରେ ନ୍ୟୁୟର୍କ ସହରର ୬୦ ମହଲା ଏକ କୋଠାରୁ ଖସିପଡିଥିଲେ । ଏହା ପରେ ତାଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା । କୋଠାର ୯ମ ମହଲାରେ ରହୁଥିବା ଚେସଲିଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଉଛି । ହେଲେ ଡାକ୍ତରମାନେ ଚେସଲି କ୍ରିଷ୍ଟଙ୍କ ମୃତ୍ୟୁ କେଉଁ କାରଣ ପାଇଁ ହୋଇଛି ତାହା ସ୍ପଷ୍ଟ କରି ନାହାନ୍ତି । ପୁଲିସ ମୃତେଦହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଚେସଲିଙ୍କ ହଠାତ୍ ଏଭଳି ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । କେହି ତାଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରି ପାରୁନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking