29.1 C
Bhubaneswar
Wednesday, May 1, 2024
Homeଅପରାଧଟ୍ୟୁସନ ଶିକ୍ଷୟିତ୍ରୀଙ୍କୁ ମାସ ମାସ ଧରି ଦୁଷ୍କର୍ମ: ଗର୍ଭବତୀ ହେବା ପରେ ଖୋଲିଗଲା ଡାକ୍ତରଙ୍କ ପୋଲ୍‌....

ଟ୍ୟୁସନ ଶିକ୍ଷୟିତ୍ରୀଙ୍କୁ ମାସ ମାସ ଧରି ଦୁଷ୍କର୍ମ: ଗର୍ଭବତୀ ହେବା ପରେ ଖୋଲିଗଲା ଡାକ୍ତରଙ୍କ ପୋଲ୍‌….

ଲକ୍ଷ୍ନୌ : ଆଜିକାଲି ସମାଜରେ ଅପରାଧ ଘଟଣା ଦିନ ଦିନକୁ ବଢ଼ି ଚାଲିଛି । ୟୁପି ରାଜଧାନୀ ଲକ୍ଷ୍ନୌରୁ ଏବେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏଠାରେ ଜଣେ ଡାକ୍ତର ଜଣେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସବୁଠାରୁ ଚକିତ କଲା ଭଳି କଥା ହେଉଛି, ଡାକ୍ତରଙ୍କ ଘରକୁ ଆସି ତାଙ୍କ ପିଲାମାନଙ୍କୁ ପାଠ ପଢ଼ାଉଥିବା ଏହି ଶିକ୍ଷୟିତ୍ରୀଙ୍କୁ ଡାକ୍ତର ଜଣକ ମାସ ମାସ ଧରି ଦୁଷ୍କର୍ମ କରି ଚାଲିଥିଲେ । ଆହୁରି ମଧ୍ୟ ଅଭିଯୋଗ ରହିଛି ଯେ ଡାକ୍ତର ଜଣକ ଏଡିଟ୍ କରି ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଫଟୋ ପ୍ରସ୍ତୁତ କରୁଥିଲେ ଏବଂ ଏହି ଫଟୋକୁ ତାଙ୍କୁ ଦେଖାଇ ବ୍ଲାକ୍‌ମେଲିଂ କରୁଥିଲେ । ଘଟଣାଟି ଲକ୍ଷ୍ନୌର ଇନ୍ଦିରା ନଗରର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଅଶ୍ଳୀଳ ଫଟୋ ଏବଂ ଭିଡିଓ ଦେଖାଇ ୫୦ ବର୍ଷୀୟ ଏହି ଡାକ୍ତର ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ କରୁଥିଲେ । ଏପରି କି, ପୀଡ଼ିତା ଗର୍ଭବତୀ ହେବାରୁ ଡାକ୍ତର ଜଣକ ଏଥିପାଇଁ ଔଷଧ ମଧ୍ୟ ଲେଖି ଦେଇଥିଲେ, କିନ୍ତୁ ଏହାକୁ ଖାଇଲା ପରେ ଶିକ୍ଷୟିତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।

ସ୍ୱାସ୍ଥ୍ୟ ଖରାପ ହୋଇ ଯିବାରୁ ଏ ସମସ୍ତ ଘଟଣା ବିଷୟରେ ଶିକ୍ଷୟିତ୍ରୀ ଜଣକ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ସେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଥାନାକୁ ଯାଇ ଏତଲା ଦେଇଥିଲେ । ପୋଲିସ ସୂଚନା ମୁତାବକ, ପୀଡ଼ିତା ଜଣକ ଡାକ୍ତରଙ୍କ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ତାଙ୍କ ଘରକୁ ଯାଉଥିଲେ । ଏହି ସମୟରେ କୌଣସି ମତେ ଡାକ୍ତର ଶିକ୍ଷୟିତ୍ରୀଙ୍କ ଫଟୋ ଉଠାଇ ଏବଂ ପରେ ଏହାକୁ ଏଡିଟ୍ କରି ଅଶ୍ଳୀଳ ଫଟୋ ଓ ଭିଡିଓ ପ୍ରସ୍ତୁତ କରି ନେଇଥିଲେ । ଆଉ ଏହି ଫଟୋ ଓ ଭିଡିଓଗୁଡ଼ିକ ମାଧ୍ୟମରେ ଡାକ୍ତର ଜଣକ ଶିକ୍ଷୟିତ୍ରୀଙ୍କୁ ବ୍ଲାକ୍‌ମେଲିଂ କରିବା ଆରମ୍ଭ କରି ଦେଇଥିଲେ । ଏପରି କି, ଅଭିଯୁକ୍ତ ତାଙ୍କ ସହିତ ଦୁଷ୍କର୍ମ ମଧ୍ୟ କରି ଚାଲିଥିଲେ । ଅଭିଯୋଗ ମୁତାବକ, ଅଭିଯୁକ୍ତ ତାଙ୍କୁ ଲଗାତାର ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ତେବେ ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏ ନେଇ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି । ଅଭିଯୁକ୍ତ ଡାକ୍ତର ନିଜ ପିଲାମାନଙ୍କୁ କୋଠରୀରେ ବନ୍ଦ କରି ଦେଉଥିଲେ । ଏହାପରେ ସୁଯୋଗ ଦେଖି ଶିକ୍ଷୟିତ୍ରୀଙ୍କୁ ଶାରୀରିକ ଶୋଷଣ କରୁଥିଲେ । ବିଭିନ୍ନ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ତାଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking