27.1 C
Bhubaneswar
Saturday, July 27, 2024
Homeଅପରାଧଦୁଷ୍କର୍ମ ପୀଡ଼ିତାଙ୍କୁ ବିଚାରପତିଙ୍କ ଅସଦାଚରଣ

ଦୁଷ୍କର୍ମ ପୀଡ଼ିତାଙ୍କୁ ବିଚାରପତିଙ୍କ ଅସଦାଚରଣ

ଅଗରତାଲା : ତ୍ରିପୁରାରେ ଦୁଷ୍କର୍ମ ପୀଡ଼ିତାଙ୍କୁ ଜିଲ୍ଲା କୋର୍ଟର ଜଣେ ବିଚାରପତି ତାଙ୍କ ଚାମ୍ବରରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହା ରାଜ୍ୟ ବିଚାର ବିଭାଗରେ ଆଲୋଡ଼ନ ସୃଷ୍ଟି କରିଛି। ଏହାର ତଦନ୍ତ ଲାଗି ତିନି ଜଣିଆ କମିଟି ଗଠିତ ହୋଇଛି। ଫେବ୍ରୁଆରି ୧୬ ତାରିଖରେ ଅତିରିକ୍ତ ଜିଲ୍ଲା ଓ ସେସନ୍‌ସ ଜଜ୍‌ଙ୍କୁ ଲିଖିତ ଅଭିଯୋଗରେ ମହିଳା ଜଣକ ଦର୍ଶାଇଥିଲେ ଯେ ଉକ୍ତ ଦିନ ସେ ପ୍ରଥମ‌ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଚାମ୍ବରକୁ ତାଙ୍କର ବୟାନ ରେକର୍ଡ କରିବାକୁ ଯାଇଥିଲେ। ବୟାନ ଦେବାକୁ ଗଲାବେଳେ ବିଚାରପତି ତାଙ୍କୁ ଅସାଦଚରଣ କରିଥିଲେ। ଭୟରେ ସେ ପ୍ରକୋଷ୍ଠ ବାହାରକୁ ଚାଲି ଆସିଥିଲେ ଓ ବାହାରେ ଅପେକ୍ଷା କରିଥିବା ଓକିଲ ଓ ତାଙ୍କ ସ୍ବାମୀଙ୍କୁ ଜଣାଇଥିଲେ। ପୀଡ଼ିତାଙ୍କ ସ୍ବାମୀ କମଳାପୁର ଓକିଲ ସଂଘ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଇତିମଧ୍ୟରେ ତଦନ୍ତ କମିଟି ଅଭିଯୁକ୍ତ ବିଚାରପତିଙ୍କ ବୟାନ ରେକର୍ଡ କରିଛନ୍ତି। ତ୍ରିପୁରା ହାଇକୋର୍ଟ ରେଜିଷ୍ଟାର ଭି ପାଣ୍ଡେ କହିଛନ୍ତି ଯେ ଏନେଇ କୌଣସି ଲିଖିତ ଅଭିଯୋଗ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିନାହିଁ। ସେ ଏହା ଗଣମାଧ୍ୟମରୁ ଜାଣିବାକୁ ପାଇଛନ୍ତି। ଯଦି ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ ହୁଏ ତେବେ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking