32.1 C
Bhubaneswar
Saturday, October 19, 2024
Homeଓଡିଶାଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ, ୨ ଗିରଫ

ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ, ୨ ଗିରଫ

ବ୍ରହ୍ମପୁର: ଗୋଟିଏ ଦିନରେ ଦୁଇ ସମ୍ପର୍କୀୟ ନାବାଳିକା ଭଉଣୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଦୁଇ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ ହେଲେ ଗୋପାଳପୁର ଥାନା ଶୀତଳାପଲ୍ଲୀ ଗ୍ରାମର ମଣ୍ଟୁ ସେଠୀ(୨୧) ଓ ନିମଖଣ୍ଡି ଥାନା ଲକ୍ଷ୍ମୀ ନାରାୟଣପୁର ଗ୍ରାମର ତୋଫାନ ସେଠୀ(୨୩) । ଆଜି ଉଭୟ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଅନ୍ୟପକ୍ଷରେ ପୁଲିସ ପୀଡ଼ିତା ଦୁଇ ନାବାଳିକାଙ୍କୁ ଉଦ୍ଧାର କରି ତାଙ୍କ ବୟାନ ରେକର୍ଡ କରିଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କ ସମେତ ଦୁଇ ପୀଡ଼ିତା ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଥିବା ପୁଲିସ କହିଛି । ସୂଚନାଯୋଗ୍ୟ ଯେ ବ୍ରହ୍ମପୁରରେ ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଦୁଇଟି ପରିବାର ଦୁଇ ନାବାଳିକା ଶ୍ରୀରାମ ନଗରରେ ରହୁଥିବା ତାଙ୍କର ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ଗତ ୨୮ତାରିଖରେ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଉଭୟ ଆଉ ଘରକୁ ଫେରି ନଥିଲେ । ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ମଧ୍ୟ ଉଭୟ ନାବାଳିକାଙ୍କୁ ପାଇ ନଥିଲେ । ଏ ନେଇ ପରିବାର ପକ୍ଷରୁ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ଏକ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା ।

ତଦନ୍ତବେଳେ ଅପହରଣ ହୋଇଥିବା ଦୁଇ ଜଣ ନାବାଳିକାଙ୍କ ସହ ଦୁଇ ଜଣ ଯୁବକ ଚମାଖଣ୍ଡି ବସଷ୍ଟପ୍‌ରେ ବସିଥିବା ନେଇ ବଡ଼ ବଜାର ପୁଲିସ ଖବର ପାଇଥିଲା । ଏହା ପରେ ସେଠାରେ ଏକ ପୁଲିସ ଟିମ୍ ପହଞ୍ଚି ଉଭୟ ଭଉଣୀଙ୍କୁ ଉଦ୍ଧାର କରିବା ସହ ଦୁଇ ଯୁବକଙ୍କୁ କାବୁ କରିଥିଲା । ଅଭିଯୁକ୍ତମାନେ ନାବାଳିକାଙ୍କୁ ସେଠାରୁ ବସ୍ ଯୋଗେ ଭୁବନେଶ୍ୱର ନେବା ପାଇଁ ଯୋଜନା କରୁଥିଲେ ବୋଲି ପୁଲିସ ଜେରା ବେଳେ ଜାଣିବାକୁ ପାଇଛି ।

ଅନ୍ୟପକ୍ଷରେ ଅଭିଯୁକ୍ତ ଏକ କାରରେ ଅପହରଣ କରାଯାଇ ଚମାଖଣ୍ଡି ଜଙ୍ଗଲ ଭିତରେ ଥିବା ଏକ କୁକୁଡ଼ାଫାର୍ମରେ ରଖି ଦୁଷ୍କର୍ମ କରାଯାଇଛି ବୋଲି ଦୁଇ ପୀଡ଼ିତା ଭଉଣୀ ପୁଲିସକୁ ନିଜ ବୟାନରେ କହିଥିଲେ । ଏହି ଘଟଣାରେ ପୁଲିସ ଉପରୋକ୍ତ ଦୁଇ ଯୁବକଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking