27.1 C
Bhubaneswar
Saturday, October 19, 2024
Homeଅପରାଧନାବାଳିକାଙ୍କୁ ଗର୍ଭବତୀ, ଗଣଦୁଷ୍କର୍ମ ମାମଲା; ଅଭିଯୁକ୍ତ ଏବଂ ପଡ଼ିତାଙ୍କ ଡାକ୍ତରୀ ମାଇନା ଶେଷ

ନାବାଳିକାଙ୍କୁ ଗର୍ଭବତୀ, ଗଣଦୁଷ୍କର୍ମ ମାମଲା; ଅଭିଯୁକ୍ତ ଏବଂ ପଡ଼ିତାଙ୍କ ଡାକ୍ତରୀ ମାଇନା ଶେଷ

ଭୁବନେଶ୍ୱର:୧୪ ବର୍ଷର ନାବାଳିକାଙ୍କୁ ବାପା ପୁଅ ଯୌନ ନିର୍ଯ୍ୟାତନା ଦେବା ସହ ମାମଲାରେ ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ । ଅଭିଯୁକ୍ତ ଏବଂ ପିଢିତାଙ୍କର ଆଜି କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ ମାଇନା କରାଯାଇଛି । ଅନ୍ୟ ପକ୍ଷରେ ନାବାଳିକା ପିଢିତାଙ୍କ ଆଜି କୋର୍ଟରେ ୧୬୪ ଧାରାରେ ବାୟାନ ରେକର୍ଡ କରାଯାଇଛି । ତାଙ୍କ ସହ କଣ ଘଟିଥିଲା ପିଢିତା କୋର୍ଟଙ୍କୁ କହିଛନ୍ତି । ୫୧ ବର୍ଷିୀୟ ପଡୋଶୀ ସଦାନନ୍ଦ ନାୟକଙ୍କ କିଭଳି ଲୋଲୁପ ଦୃଷ୍ଟି ତାଙ୍କ ପରିବାର ଉପରେ ପଡିଲା । ତାଙ୍କ ମା ଘରେ ନଥିବାର ସୁଯୋଗ ନେଇ ନାବାଳିକାଙ୍କୁ କିଭଳି ବଳପୂର୍ବକ ଦୁଷ୍କର୍ମ କଲେ । ଦୁଷ୍କର୍ମ ପରେ ପରିବାର ଲୋକଙ୍କୁ କିଭଳି ନ ଜଣାଇବାକୁ ଧମକ ଦେଲେ । ଏହା ସହ ସେ କିଭଳି ବାରମ୍ବାର ଦୁଷ୍କର୍ମ କରୁଥିଲେ ଏବଂ ତାଙ୍କୁ ଗର୍ଭବତ୍ତୀ କରାଇଥିଲେ ସେ ତାଙ୍କ ବୟାନରେ ଦର୍ଶାଇଛନ୍ତି ।

ସେହିପରି ପିଢିତା ଛୋଟ ପିଲା ହୋଇଥିବାରୁ ତାଙ୍କୁ ସିଡବ୍ଲୁସିରେ ହାଜର କରାଯାଇଛି । ସିଡବ୍ଲୁସିରେ ହାଜର କରାଯିବା ପରେ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇପାରେ । ଅନ୍ୟପକ୍ଷରେ ନାବାଳିକାଙ୍କ ପରିବାର ଲୋକଙ୍କ ଉପରେ ଚାପ ବଢିବାରେ ଲାଗିଛି ବୋଲି ଜଣାପଡିଛି । ସେ ଥାନାକୁ ନ ଯିବା ପାଇଁ ପୂର୍ବରୁ ଚାପ ବଢୁଥିଲା । ଏହାକୁ ନେଇ ଚିନ୍ତାରେ ନାବାଳିକାଙ୍କ ସମ୍ପର୍କୀୟ । ସୂଚନାଯୋଗ୍ୟ ଗତକାଲି ନାବାଳିକା ମା ତାଙ୍କ ଝିଅକୁ ବାରମ୍ବାର ଦୁଷ୍କର୍ମ କରାଯିବା ଯୋଗୁ ସେ ଗର୍ଭବତୀ ହୋଇଥିବା ନେଇ ସହୀଦନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଖସିଯିବେ କି ସଦାନନ୍ଦଙ୍କ ପୁଅ?
କିଛି ପ୍ରଭାବଶୀଳ ଲୋକେ ଘଟଣା ଚାପି ଦେବାକୁ ଉଦ୍ୟମ କରୁଥିଲେ ମଧ୍ୟ ଗତକଲି ସାହାସ ଜୁଟାଇ ସହୀଦନଗର ଥାନାରେ ନାବାଳିକାଙ୍କ ମା ଗିରଫ ଅଭିଯୁକ୍ତ ସଦାନନ୍ଦ ଏବଂ ତାଙ୍କ ପୁଅ ବିରୋଧରେ ଅଭିଯୋଗ ହୋଇଥିଲା । ପରେ ପୁଲିସ ୩ ଘଣ୍ଟା ମଧ୍ୟରେ ୨ ଜଣଙ୍କୁ ଉଠାି ଆଣିଥିଲା । ସଦାନନ୍ଦଙ୍କ ପୁଅ ନାବାଳିକାଙ୍କୁ ବିଭିନ୍ନ ସମୟରେ କମେଣ୍ଟ ମାରିବା ସହ ପ୍ରେମ ନିବେଦନ ଏବଂ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ହେଲେ ତାଙ୍କ ପୁଅକୁ ଛଡାଇବା ପାଇଁ ବହୁ ପ୍ରଭାବଶୀଳ ଲୋକେ ଏକାଠି ହେଲେଣି ବୋଲି ଚର୍ଚ୍ଚା ହେଉଛି । ଏମାନଙ୍କୁ ଆସନ୍ତାକାଲି ଥାନା ସାମ୍ନାରେ ମଧ୍ୟ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଛି । ତେବେ ପୁଲିସ ମଧ୍ୟ ତାଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରି ପାରୁ ନ ଥିବା ଜଣାପଡିଛି ।

ରାତି ଅଧରେ ପିଢିତାଙ୍କ ଘର ଅଗାରେ ୩ ଦୁବୃତ୍ତ କଲେ ହଙ୍ଗାମା
ଗତକାଲି ସାହାସ ଜୁଟାଇ ସହୀଦନଗର ଥାନାରେ ନାବାଳିକାଙ୍କ ମା ଥାନାକୁ ଯାଇ ଏତଲା ଦେଲେ । ଏଥିରେ କିଛି ଲୋକ ଉତକ୍ଷୀପ୍ତ ଥିଲେ । ତାଙ୍କୁ ସହଯୋଗ କରିବାକୁ ନାବାଳିକାଙ୍କ ମଉସାଙ୍କ ସହ କିଛି ସମ୍ପର୍କୀୟ ତାଙ୍କ ଘରକୁ ଆସିଥିଲେ । ସମ୍ପର୍କୀୟମାନେ ରାତିରେ ଘରେ ଥିଲେ । ଏହି ସମୟରେ ୩ ଜଣ ଦୁବୃତ୍ତ ନାବାଳିକାଙ୍କ ଘରକୁ ଆସିଥିଲେ । ଏଠାରେ ହଙ୍ଗାମା କରିଥିଲେ । ଗାଲି ଗୁଲଜ କରିଥିଲେ । ଏମାନଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଫୁଲ ବ୍ୟବସାୟୀ ମଧ୍ୟ ଥିବା ଜଣାପଡିଛି । ତେବେ ନାବାଳିକାଙ୍କ ପରିବାରକୁ ଏଭଳି ଚାପ ପକାଯାଉଥିବାରୁ ବୁଦ୍ଧିଜୀବୀ ମହଲରେ ଏହାକୁ ନିନ୍ଦା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking