29.4 C
Bhubaneswar
Saturday, May 4, 2024
Homeଅପରାଧ୧୬ ବର୍ଷର ନାବାଳିକା ସହ ନିଜ ସଂପର୍କୀୟ ଭାଇ କଲା ଏମିତି କାମ

୧୬ ବର୍ଷର ନାବାଳିକା ସହ ନିଜ ସଂପର୍କୀୟ ଭାଇ କଲା ଏମିତି କାମ

ଉତ୍ତରପ୍ରଦେଶ: ଦିନକୁ ଦିନ ଦେଶରେ ବଢୁଛି ଦୁଷ୍କର୍ମ । କଡା ଆଇନ ସତ୍ୱେ ଅଭିଯୁକ୍ତ ମାନେ ଆଇନକୁ ଖାତିର କରୁନାହାନ୍ତି କି ଡରୁ ବି ନାହାନ୍ତି । ଯେଉଁଥିପାଇଁ ଦେଶରେ ଦୁଷ୍କର୍ମ ବଢି ଚାଲିଛି । ଠିକ୍ ଏମିତି ଏକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲ୍ଲାରେ ଜଣେ ୨୨ ବର୍ଷର ଯୁବକ ନିଜ ସଂପର୍କୀୟ ଭଉଣୀ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମାର୍କୁଣ୍ଡି ପୋଲିସ ଷ୍ଟେସନ ଅଂଚଳରେ ଏହି ଘଟଣା ଘଟିଛି । ତେବେ ପୋଲିସର କହିବା ମୁତାବକ, ଉକ୍ତ ନାବାଳିକା ଜଣକ ଆଜି ମଧ୍ୟାହ୍ନରେ ବିଲକୁ ତା ବାପାଙ୍କ ପାଇଁ ଖାଦ୍ୟ ନେଇଯାଇଥିଲା । ପରେ ଆସିଲା ବେଳେ ସଂପର୍କୀୟ ଭାଇ ତା ସହ ଏପରି ଦୁଷ୍କର୍ମ କରିଥିବା ନେଇ ପୀଡିତାଙ୍କ ବାପା ଅଭିଯୋଗ ଆଣିଛନ୍ତି । ତେବେ ଅଭିଯୁକ୍ତ ଜଣକ ବର୍ତ୍ତମାନ ଫେରାର ହୋଇଥିବା ବେଳେ ପୋଲିସ ତାକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।  ନାବାଳିକା ଜଣକୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିବା ପୋଲିସ ସୂଚନା ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking