39.1 C
Bhubaneswar
Tuesday, April 23, 2024
Homeଅପରାଧକରୋନା ପାଇଁ ବାପଘରକୁ ଯାଇ ଫସିଗଲେ ମହିଳା, ଆଉ ସ୍ୱାମୀ କଲେ ...

କରୋନା ପାଇଁ ବାପଘରକୁ ଯାଇ ଫସିଗଲେ ମହିଳା, ଆଉ ସ୍ୱାମୀ କଲେ …

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ ଲକ୍ ଡାଉନ ଚାଲିଛି । ସେଥିପାଇଁ ଯିଏ ଯେଉଁଠି ଅଛନ୍ତି ସେଇଠି ରହିଯାଇଛନ୍ତି । ହେଲେ ଏହି ଲଡାଉନ ପାଇଁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ପାଖରେ ନପାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାଟି ରାଧାକୁଣ୍ଡ ଅଂଚଳରେ ଘଟିଛି । ତେବେ ସୂଚନା ଅନୁସାରେ, ମୃତ ବ୍ୟକ୍ତି ରାକେଶ ସୋନିଙ୍କ ପତ୍ନୀ ଲକ ଡାଉନ ପୂର୍ବରୁ ନିଜ ବାପାଙ୍କ ଘରକୁ ବୁଲିବାକୁ ଯାଇଥିଲେ । ମାତ୍ର ଲକ ଡାଉନ ଘୋଷଣା ହେତୁ ସେ ଆଉ ଶାଶୁଘର ଫେରିପାରିନଥିଲେ । ତେବେ ଦୀର୍ଘ ଦିନ ଧରି ତାଙ୍କ ସ୍ତ୍ରୀ ବାପଘରେ ରହିଯିବା କାରଣରୁ ରାକେଶ ତାଙ୍କ ପତ୍ନୀଙ୍କୁ ଝୁରୁଥିଲେ । ଶେଷରେ ମାନସିକ ଚାପଗ୍ରସ୍ତ ହୋଇ ସେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଇନସ୍ପେକ୍ଟର ଆଲୋକ ରାଓ ସୂଚନା ପ୍ରଦାନ କରିଛନ୍ତି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଖବର ପାଇ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁମତିରେ ତାଙ୍କ ସ୍ତ୍ରୀ ଆସି ପହଂଚିଥିବା ପୋଲିସ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking