25.1 C
Bhubaneswar
Sunday, March 16, 2025
Homeଦେଶ ବିଦେଶବାପାଙ୍କ ଗାଳି ସହ୍ୟ କରି ନପାରି ଜୀବନ ହାରିଲା ପୁଅ

ବାପାଙ୍କ ଗାଳି ସହ୍ୟ କରି ନପାରି ଜୀବନ ହାରିଲା ପୁଅ

ମୁମ୍ବାଇ: ମୋବାଇଲରେ ଅହରର ଅନଲାଇନ ଗେମ ଖେଳୁଥିଲା ପୁଅ । ବାପା ଗାଳି କରିବାରୁ ଶେଷରେ ଜୀବନ ହାରିଲେ ନାବାଳକ । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ମୁମ୍ବାଇର ମାଲଭାନି ପୋଲିସ ଷ୍ଟେସନ ଅଞ୍ଚଳରେ । ଏନେଇ ପୋଲିସ ଏକ ମାମାଲ ରୁଜୁ କରିଛି । ଗୁରୁବାର ରାତିରେ ନାବାଳକ ଜୀବନ ହାରିଥିବା ବେଳେ ଶୁକ୍ରବାର ସକାଳେ ଘଟଣା ସାମ୍ନାକୁ ଆସିଥିଲା । ମୃତ ନାବାଳକର ପରିଚୟ ମିଳିପାରି ନାହିଁ ।

ସୂଚନା ଅନୁଯାୟୀ, ମୃତକ ନାବାଳକ ଜଣଙ୍କ ଯୁକ୍ତ ୨ର ପ୍ରଥମ ବର୍ଷର ଛାତ୍ର । ସେ ପ୍ରତିଦିନ ମୋବାଇଲରେ ଅନ୍ଲାଇନ୍ ଗେମ୍ ଖେଳନ୍ତି । ଯାହାକୁ ନେଇ ପରିବାର ଲୋକେ ତାଙ୍କୁ ଆକଟ କରନ୍ତି । କିନ୍ତୁ ସେ କାହାରି କଥା ଶୁଣନ୍ତି ନାହିଁ । ଗତ ଗୁରୁବାର ରାତିରେ ମୃତକଙ୍କ ବାପା ତାଙ୍କୁ ଏଥି ପାଇଁ ଗାଳି କରିଥିଲେ । ଏହାପରେ ସେହିଦିନ ରାତିରେ ନାବାଳକ ଜଣଙ୍କ ଘରେ ଜୀବନ ହାରିଥିଲେ । ଶୁକ୍ରବାର ସକାଳ ୮ଟା ସମୟରେ ପୁଅର ମୃତଦେହ ଘରେ ପଡିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ନାବାଳକଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ବୋରିଭାଲିର ଭଗବତୀ ଡାକ୍ତରଖାନାକୁ ପଠାଯାଇଥିଲା ।

ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା ପୋଲିସ । ଏନେଇ ମାଲଭାନି ପୋଲିସ ଷ୍ଟେସନରେ ନାବାଳକ ଜଣଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିବା ପଞ୍ଜିକୃତ ହୋଇଛି। ପରିବାର ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ମୋବାଇଲରେ ଅନଲାଇନ ଗେମ ଖେଳିବାକୁ ମୃତ ନାବାଳକଙ୍କ ବାପା ବାରଣ କରିବାରୁ ସେ ଜୀବନ ହାରିଛନ୍ତି। ମାଲଭାନି ପୋଲିସ ଷ୍ଟେସନର ବରିଷ୍ଠ ଇନ୍ସପେକ୍ଟର ଚିମାଜୀ ଅଦାଭ କହିଛନ୍ତି ଯେ, ନାବାଳକ ମୋବାଇଲରେ ଅନଲାଇନ ଖେଳ ଖେଳିବାରେ ଅଭ୍ୟସ୍ତ ଥିଲା । ଗୁରୁବାର ରାତିରେ ତାଙ୍କ ପିତା ତାଙ୍କୁ ପାଟି କରି ତାଙ୍କ ଠାରୁ ଫୋନ୍ ଛଡାଇ ନେଇଥିଲେ । ପରଦିନ ସକାଳେ ରୋଷେଇ ଘରେ ପୁଅର ଝୁଲନ୍ତା ମୃତଦେହ ପରିବାର ଲୋକେ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking