30.1 C
Bhubaneswar
Friday, May 3, 2024
Homeଅପରାଧପବ୍‌ଜୀ’ ପାଇଁ ମା’ ଓ ଭାଇ,ଭଉଣୀଙ୍କୁ ଗୁଳି କରି ହତ୍ୟା କଲା ନାବାଳକ

ପବ୍‌ଜୀ’ ପାଇଁ ମା’ ଓ ଭାଇ,ଭଉଣୀଙ୍କୁ ଗୁଳି କରି ହତ୍ୟା କଲା ନାବାଳକ

‘ଲାହୋର: ‘ପବ୍‌ଜୀ’ ପାଇଁ ପୁରା ପରିବାର ସଫା । ଜଣେ ୧୪ ବର୍ଷୀୟ ନାବାଳକ ‘ପବ୍‌ଜୀ’ ଗେମ୍ ପ୍ରଭାବରେ ଆସି ନିଜ ମା’, ଭାଇ ଓ ୨ ନାବାଳିକା ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି । ପାକିସ୍ତାନର ଲାହୋରରେ ଏହି ଅଭାବନୀୟ ଘଟଣା ଘଟିଛି । ପୋଲିସ ଏସମ୍ପର୍କରେ ସୂଚନା ଦେଇଛି । ମୃତକ ହେଲେ- ୪୫ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀ ନାହିଦ ମୁବାରକ ଓ ତାଙ୍କର ୨୨ ବର୍ଷୀୟ ପୁଅ ତୈମୁର, ୧୭ ଏବଂ ୧୧ ବର୍ଷର ଦୁଇ ନାବାଳିକା ଭଉଣୀ । ନାହିଦଙ୍କ ୧୪ ବର୍ଷୀୟ ପୁଅ ଏହି ହତ୍ୟାକାଣ୍ଡ କରିଥିବା ଜଣାପଡ଼ିଛି । ଗତ ସପ୍ତାହରେ ଲାହୋରର କାହନା ଅଞ୍ଚଳରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସୂଚନା ଅନୁଯାୟୀ, ସମ୍ପୃକ୍ତ ନାବାଳକ ‘ପବ୍‌ଜୀ’ ଗେମ୍ ପ୍ରଭାବରେ ଆସି ନିଜ ମା’ ଓ ଭାଇ, ଭଉଣୀଙ୍କ ହତ୍ୟା କରିଥିବା ଘଟଣାକୁ ସ୍ୱୀକାର କରିଛି । ଦୀର୍ଘ ସମୟ ଧରି ଅନ୍‌ଲାଇନ୍ ଗେମ୍ ଖେଳିବା ଯୋଗୁ ତାଙ୍କର ମାନସିକ ସମସ୍ୟା ଦେଖା ଦେଇଥିଲା । ନାହିଦଙ୍କ ତଲାକ ହୋଇଯାଇଥିବା ବେଳେ ପିଲାମାନଙ୍କୁ ନେଇ ସେ ଏକାକୀ ରହୁଥିଲେ । ପାଠ ନପଢ଼ି ସବୁବେଳେ ‘ପବ୍‌ଜୀ’ ଖେଳୁ ଥିବାରୁ ନାହିଦ ପୁଅଙ୍କୁ ଗାଳି କରୁଥିଲେ । ଯେଉଁଦିନ ଘଟଣା ଘଟିଲା, ସେହି ଦିନ ନାହିଦ, ପୁଅକୁ ଗାଳିଗୁଲଜ କରିଥିଲେ । ପରେ ନାବାଳକ ଜଣକ ଆଲ୍‌ମାରୀରୁ ମା’ଙ୍କ ପିସ୍ତଲ ଆଣି ମା’ ଓ ଭାଇ-ଭଉଣୀଙ୍କ ହତ୍ୟା କରିଥିଲା । ପରଦିନ ସକାଳେ ନାବାଳକ ଜଣକ ଚିତ୍କାର କରିଥିଲେ ଓ ଫୋନ୍ କରି ପୋଲିସକୁ ଜଣାଇଥିଲେ । ଘରର ଉପର ମହଲାରେ ଥିବା ଯୋଗୁ ପରିବାର ଲୋକଙ୍କୁ କିଏ ହତ୍ୟା କଲା ତାହା ଜାଣି ନଥିବା ନାବାଳକ ଜଣକ ପୋଲିସକୁ କହିଥିଲା । ପରେ ସେ ହତ୍ୟା କରିଥିବା ଘଟଣାକୁ ସ୍ୱୀକାର କରିଥିଲା । ପୋଲିସ ସୂଚନା ଅନୁସାରେ, ନାହିଦ ନିଜ ପରିବାର ଲୋକଙ୍କ ସୁରକ୍ଷା ପାଇଁ ପିସ୍ତଲ କିଣି ଘରେ ରଖିଥିଲେ । ତାଙ୍କ ପାଖରେ ଲାଇସେନ୍ସ ମଧ୍ୟ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking