30.1 C
Bhubaneswar
Saturday, May 4, 2024
Homeପଶ୍ଚିମବଙ୍ଗ ନିର୍ବାଚନମମତା ବାନାର୍ଜୀଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ ଭାଜପା ଏବଂ ଅନ୍ୟ ଜଣେ କଂଗ୍ରେସରୁ ଲଢୁଛନ୍ତି ନିର୍ବାଚନ

ମମତା ବାନାର୍ଜୀଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ ଭାଜପା ଏବଂ ଅନ୍ୟ ଜଣେ କଂଗ୍ରେସରୁ ଲଢୁଛନ୍ତି ନିର୍ବାଚନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ୧୦ ଏପ୍ରିଲରେ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ମମତା ବାନାର୍ଜୀଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ ଭାରତୀୟ ଜନତା ପାର୍ଟିଙ୍କ ଟିକଟରେ ନିର୍ବାଚନ ଲଢୁଛନ୍ତି । ଅନ୍ୟପଟେ ଆଉ ଜଣେ ମନ୍ତ୍ରୀ କଂଗ୍ରେସ ଟିକଟରେ ନିର୍ବାଚନ ମଇଦାନରେ ତୃଣମୂଳ କଂଗ୍ରେସ ବିପକ୍ଷରେ ଲଢୁଛନ୍ତି ।
ମମତା ବାନାର୍ଜୀଙ୍କ କ୍ୟାବିନେଟରେ ଜଙ୍ଗଲ ମନ୍ତ୍ରୀ ରହିଥିବା ରାଜୀବ ବାନାର୍ଜୀ ନିର୍ବାଚନ ଘୋଷଣା ପୂର୍ବରୁ ଭାଜପାରେ ସାମିଲ ହୋଇଥିଲେ ଓ ହାଓଡା ଜିଲ୍ଲାର ଡୋମଜୁର ନିର୍ବାଚନ ଲଢୁଛନ୍ତି । କ୍ରିକେଟର ଲକ୍ଷ୍‌ମୀରତନ ଶୁକ୍ଳା ଏହି ଜିଲ୍ଲାରୁ ବିଧାୟକ ହୋଇଥିଲେ । ମମତା ବାନାର୍ଜୀ ତାଙ୍କୁ କ୍ରୀଡା ମନ୍ତ୍ରୀର ଦାୟିତ୍ୱ ଦେଇଥିଲେ ।
ଲକ୍ଷ୍‌ମୀରତନ ଶୁକ୍ଳା ନିର୍ବାଚନ ପୂର୍ବରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କୁହାଯାଉଛି ଯେ, ଶୁକ୍ଳା ବି ଭାଜପାରେ ସାମିଲ ହେବେ । ହାଓଡା ଜିଲ୍ଲାରୁ ମମତାଙ୍କ କ୍ୟାବିନେଟରେ ୩ ମନ୍ତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ କେବଳ ଅରୁପ ରାୟ ବିଧାନସଭା ନିର୍ବାଚନ ଲଢୁଛନ୍ତି ।
ହୁଗୁଳୀ ଜିଲ୍ଲାରୁ ବି ମମତା ୩ ବିଧାୟକଙ୍କୁ ମନ୍ତ୍ରୀ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଅବଦୁଲ ମନ୍ନାନ ଚଳିତ ଥର ଚାମ୍ପଦାନୀରୁ ନିର୍ବାଚନ ଲଢୁଛନ୍ତି । ସେ କଂଗ୍ରେସ ଟିକେଟରୁ ତୃଣମୂଳ କଂଗ୍ରେସକୁ ଟକ୍କର ଦେଉଛନ୍ତି । ତୃଣମୂଳ ଚାମ୍ପଦାନୀରୁ ଅବଦୁଲ୍ଲା ମନ୍ନାନଙ୍କ ସ୍ଥାନରେ ଅରିନ୍ଦମ ଗାଇନଙ୍କୁ ନିଜ ପ୍ରାର୍ଥୀ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking