27.1 C
Bhubaneswar
Sunday, March 22, 2026
Homeଓଡିଶାଆଧୁନିକ ଜ୍ଞାନ କୌଶଳ, କୃତ୍ରିମ ବୁଦ୍ଧିମତା ଓ ନିର୍ମାଣର ସ୍ଥାୟୀତ୍ୱ ଉପରେ ଗୁରୁତ୍ୱ ଦେଲେ ମନ୍ତ୍ରୀ 

ଆଧୁନିକ ଜ୍ଞାନ କୌଶଳ, କୃତ୍ରିମ ବୁଦ୍ଧିମତା ଓ ନିର୍ମାଣର ସ୍ଥାୟୀତ୍ୱ ଉପରେ ଗୁରୁତ୍ୱ ଦେଲେ ମନ୍ତ୍ରୀ 

ଭୁବନେଶ୍ୱର: ଆଜିର ଯୁଗ ହେଉଛି ଟେକନୋଲୋଜିର ଯୁଗ। ଯେଉଁ ଦେଶ ଟେକନୋଲୋଜିରେ ଯେତେ ଆଗୁଆ ସେ ଦେଶ ସେତେ ମାତ୍ରାରେ ପ୍ରଗତିଶୀଳ।ଆଜିର ଦଶକରେ ଭାରତ ଆଧୁନିକ ଜ୍ଞାନକୌଶଳ ଓ ଟେକନୋଲୋଜି କ୍ଷେତ୍ରରେ ବେଶ ଆଗରେ ପହଂଚି ପାରିଛି। ତେଣୁ କୋଠାବାଡି, ରାସ୍ତା ତଥା ସେତୁ ନିର୍ମାଣରେ ରାଜ୍ୟର ଇଞ୍ଜିନିୟର ମାନେ ନୂଆ ଟେକନୋଲୋଜି, ନୂଆ ଡିଜାଇନ ଏବଂ କୃତ୍ରିମ ବୁଦ୍ଧିମତାକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥାନୀୟ ନିର୍ମାଣ ସୌଦ୍ଧ ଠାରେ “ଇଞ୍ଜିନିୟର୍ସ-ଡେ” ପାଳନ ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ବିଭାଗରେ ଅନେକ ଦକ୍ଷ ଇଞ୍ଜିନିୟର କାର୍ଯ୍ୟ କରୁଛନ୍ତି। ଆମ ଇଞ୍ଜିନିୟର ମାନଙ୍କ ଡିଜାଇନ ଓ ନିର୍ମାଣ ସର୍ବଭାତୀୟ ସ୍ତରରେ ଓଡିଶାକୁ ଗର୍ବିତ କରିଛି। ତେଣୁ ନୂଆ ଜ୍ଞାନ କୌଶଳର ଭରପୁର ଉପଯୋଗ କରି ବିଶ୍ୱସ୍ତରୀୟ ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଇଞ୍ଜିନିୟର ମାନଙ୍କୁ ପରାମର୍ଶ ଦେଇଥିଲେ।

ଅନ୍ୟପକ୍ଷରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ କହିଲେ ଯେ ରାଜ୍ୟର ବିକାଶ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଯେଉଁ ଭିଜନ ରହିଛି ତାହାକୁ ପୁରା କରିବା ଲାଗି ଆମକୁ ନିଷ୍ଠାବାନ ହୋଇ କାର୍ଯ୍ୟ କରିବାକୁ ପଡିବ।ତେଣୁ WAMIS, OSWAS ପରି ଆଧୁନିକ ସଫ୍ଟୱେର୍ ଓ ପ୍ରଣାଳୀର ବ୍ୟବହାର, ନିୟମିତ ତାଲିମ ଓ ଏକ୍ସପୋଜର ଭିଜିଟ ଉପରେ ଶ୍ରୀ ସିଂହ ଗୁରୁତ୍ୱ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଏଲ. କେ. ପାଢ଼ୀ, ଇଆଇସି (ସିଭିଲ) ସତ୍ୟବ୍ରତ ବେହେରା, ଓବିସିସି ପରିଚାଳନା ନିର୍ଦେଶକ ଶ୍ରୀ ସମୀର ହୋତା, ଉପଦେଷ୍ଠା ଶ୍ରୀ ଜୟକୃଷ୍ଣ ଦାସ ଓ ଶ୍ରୀ ଅଶୋକ କୁମାର ଗିରି, ଅତିରିକ୍ତ ଶାସନ ସଚିବ ତଥା ମୁଖ୍ୟଯନ୍ତ୍ରୀ ଶ୍ରୀ ପ୍ରଫୁଲ ପ୍ରଧାନ, ମୁଖ୍ୟଯନ୍ତ୍ରୀ ରାସ୍ତା-୧ ଶ୍ରୀ ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ ବିଲଡିଂ ଶ୍ରୀ ପ୍ରିୟବ୍ରତ ସାମନ୍ତରାୟ,ମୁଖ୍ୟ ନିର୍ମାଣ ଯନ୍ତ୍ରୀ ( ଭୁବନେଶ୍ୱର ) ଶ୍ରୀ ମନୋଜ ମହାନନ୍ଦ, ମୁଖ୍ୟଯନ୍ତ୍ରୀ (ସେତୁ) ଶ୍ରୀ ଅରବିନ୍ଦ ତ୍ରିପାଠୀ, ମୁଖ୍ୟଯନ୍ତ୍ରୀ (ଏନଏଚ) ଶ୍ରୀ ନାରାୟଣ ପଟେଲ ସମତେ ବିଭାଗୀୟ ମୁଖ୍ୟଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking