26.6 C
Bhubaneswar
Wednesday, May 14, 2025
Homeଓଡିଶାଆମପାଣି ଘାଟିରେ ବୋଲେରୋକୁ ଧକ୍କା ଦେଲା ମିନି ଟ୍ରକ୍, ୮ ଗୁରୁତର

ଆମପାଣି ଘାଟିରେ ବୋଲେରୋକୁ ଧକ୍କା ଦେଲା ମିନି ଟ୍ରକ୍, ୮ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ସୀମା ଆମପାଣି ଘାଟିରେ ବୋଲେରୋ ଓ ୪୦୭ ମିନି ଟ୍ରକ୍ ମୁହାଁମୁହିଁ ଧକ୍କା । ବୋଲେରୋରେ ଥିବା ୭ରୁ ୮ ଜଣ ଗୁରୁତର ହୋଇଥିବା ସୂଚନା । ଗୁରୁତରଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ରହିଥିବା ଜଣାପଡ଼ିଛି । ଆଜି ସକାଳେ ଆନ୍ଦ୍ରପ୍ରଦେଶରୁ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଅଞ୍ଚଳକୁ ଆସୁଥିବା ଏକ ବୋଲେରୋରେ ପ୍ରାୟ ୧୦ରୁ ୧୨ ଜଣ ରହିଥିବା ବେଳେ ଆମପାଣି ମୈଦାଲପୁର ଘାଟି ରାସ୍ତାରେ ଦୁର୍ଘଟଣା ଘଟିଥିଲା । ପରେ ୧୦୮ ଆମ୍ବୁଲାନ୍ସକୁ ଖବର ଦେବାରୁ କୋକସରା ଓ ମୈଦାଲପୁରର ଦୁଇ ୧୦୮ ଆମ୍ବୁଲାନ୍ସ ସହାୟତାରେ ଗୁରୁତର ଆହତଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନଙ୍କ ପ୍ରାଥମିକ ଚିକିତ୍ସା ଜାରି ରହିଛି। ଗୁରୁତରଙ୍କ ପରିଚୟ ମିଳିନାହିଁ । ଅନ୍ୟପଟେ ଦୁର୍ଘଟଣା କରିଥିବା ୪୦୭ ମିନି ୪୦୭ ମୈଦାଲପୁର ଥାନାରେ ଅଟକ ରଖିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking