ନୂଆଦିଲ୍ଲୀ : ଫିଲିପାଇନ୍ସରେ ଆମେରିକାର ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ଦକ୍ଷିଣ ଫିଲିପାଇନ୍ସର ମାଗୁଇନଡାନାଓ ଡେଲ ସୁର ଅଞ୍ଚଳର କ୍ଷେତରେ ଘଟିଛି । ସୂଚନା ଅନୁୟାୟୀ, ଫିଲିପାଇନ୍ସର ଅନୁରୋଧରେ ଆମେରିକା ବିମାନ ଗୁପ୍ତ ସୂଚନା ଓ ସୁରକ୍ଷା ଯାଞ୍ଚ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ଜାରି ରହିଛି । ସ୍ଥାନୀୟ ଲୋକ ବିସ୍ଫୋରଣ ଶବ୍ଦ ଶୁଣି ବାହାରକୁ ଚାଲିଆସିଥିଲେ । ଏକ ଜନବସତି ଠାରୁ ମାତ୍ର ୧ କିମି ଦୂରରେ ବିମାନଟି ତଳେ ପଡିଥିବାର ଦେଖିବାକୁ ମିଳିଥିଲା।