ମୁମ୍ବାଇ : ୪୭ବର୍ଷରେ ପାଦ ଥାପିଲେ ମିକା ସିଂ। ଫ୍ୟାନ୍ସମାନଙ୍କ ସହ ନିଜ ୪୭ତମ ଜନ୍ମଦିନ ବେଶ ଧୁମ ଧାମରେ ପାଳନ କଲେ ମିକା ସିଂ। ତାଙ୍କ ଜନ୍ମଦିନରେ ସେ କହିଛନ୍ତି ଯେ ଫ୍ୟାନ୍ସଙ୍କ ଭଲ ପାଇବା ପାଇଁ ଆଜି ସେ ଏହି ସଫଳତା ପାଇଛନ୍ତି ଏବଂ ଏମିତି ଏହି ଆଶୀର୍ବାଦ ରହିଲେ ସେ ଆହୁରି ଅନେକ ହିଟ ସିରିଏଲ ଏବଂ ଫିଲ୍ମ ଦର୍ଶକଙ୍କୁ ଭେଟି ଦେବେ। ଜୁନ ୧୦ ୧୯୭୭ ମସିହାରେ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜନ୍ମଗ୍ରହଣ କରିଥିଲେ ମିକା ସିଂ। ମିକା ହେଉଛନ୍ତି ଜଣେ ଗାୟକ, ରାପର୍, ସଂଗୀତଜ୍ଞ ଏବଂ ଅଭିନେତା। ସେ ୮ ଭାଇ ଓ ଭଉଣୀଙ୍କ ମଧ୍ୟରୁ ସବୁଠାରୁ ସାନ ଥିଲେ। ପିଲା ଦିନରୁ ହିଁ ସଂଗୀତ ପ୍ରତି ତାଙ୍କ ଆଗ୍ରହ ବଢିଥିଲା। ତେଣୁ ଏଥିପାଇଁ ସେ ତାଙ୍କ ପିତାଙ୍କ ଠାରୁ ସଂଗୀତ ଶିକ୍ଷା ନେଇଥିଲେ। ପିଲାଦିନରୁ ପାଟନା ସାହିବ ଗୁରୁଦ୍ୱାରରେ କୀର୍ତ୍ତନ ଗାଉଥିଲେ। ଏହାପରେ ସେ ବଲିଉଡ ସିଙ୍ଗର ଭାବେ ଏଣ୍ଟ୍ରି ମାରିଥିଲେ। ଯାହା ତାଙ୍କୁ ଖୁବ ସଫଳତା ଆଣି ଦେଇଥିଲେ। ଏହାପରେ ଶ୍ରୋତା ମାନଙ୍କ ହୃଦୟରେ ରାଜ କରିଥିଲେ। ଏପରିକି ଧୀରେ ଧୀରେ ସେ ତାଙ୍କ ଫ୍ୟାନ୍ସ ମାନଙ୍କୁ ନୂଆ ନୂଆ ଗୀତ ଭେଟି ଦେବାରେ ଲାଗିଲେ। ତେବେ ଆଜି ତାଙ୍କର ଜନ୍ମଦିନ ଅବସରରେ ଫ୍ୟାନ୍ସମାନଙ୍କ ତରଫରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ସବୁ ଫ୍ୟାନ୍ସମାନେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି।