22.1 C
Bhubaneswar
Saturday, January 11, 2025
Homeଓଡିଶାରୋଜଗାରର ଲୋଭ ଦେଖାଇ ଦାଦନ ଶ୍ରମିକଙ୍କୁ ପଡୋଶୀ ରାଜ୍ୟରେ ବିକ୍ରି ?କରିଦେଉଛନ୍ତି ଦଲାଲ

ରୋଜଗାରର ଲୋଭ ଦେଖାଇ ଦାଦନ ଶ୍ରମିକଙ୍କୁ ପଡୋଶୀ ରାଜ୍ୟରେ ବିକ୍ରି ?କରିଦେଉଛନ୍ତି ଦଲାଲ

ମାଲକାନଗିରି: ପ୍ରତି ବର୍ଷ ଶହ ଶହ ଶ୍ରମିକ ମାଲକାନଗିରି ଜିଲ୍ଲାରୁ ଦାଦନ ଖଟିବାକୁ ପଡୋଶୀ ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟକୁ ଯାଇଥା’ନ୍ତି । ଦଲାଲମାନେ ଏହି ଶ୍ରମିକମାନଙ୍କୁ ଅଧିକ ରୋଜଗାରର ଆଳ ଦେଖାଇ ସେଠାରେ ବିକ୍ରି କରି ଦେଉଥିବା ଅଭିଯୋଗ ହୋଉଛି । ଗରିବ ଲୋକଙ୍କୁ ଦଲାଲମାନେ ଅତି ଦୟନୀୟ ଅବସ୍ଥାରେ ଛାଡି ଚାଲିଆସନ୍ତି । ଦିନରାତି ଏକ କରି ଶ୍ରମିକମାନେ କାମ କରି ମଧ୍ୟ ପାରିଶ୍ରମିକ ନପାଇବା ସହ ଦୁଇ ବେଳା ମୁଠାଏ ଦାନା ମିଳିବା ମଧ୍ୟ କଷ୍ଟକର ହୋଇପଡେ । ଏତେ କଷ୍ଟ ପାଉଥିଲେ ମଧ୍ୟ ସେମାନଙ୍କୁ ଆହା ବୋଲି କହିବାକୁ କେହି ନାହାନ୍ତି । ଏଭଳି ଏକ ଘଟଣାକ୍ରମର ସାମ୍ନା କରିଛନ୍ତି କାଲିମେଳା ବ୍ଲକର ମାନ୍ୟମକୋଣ୍ଡା ପଞ୍ଚାୟତର ପାଲୁର ଗ୍ରାମର ଦମ୍ପତି । ଗ୍ରାମର ଲକ୍ଷ୍ମଣ ପୂଜାରୀ ଏବଂ ତାଙ୍କ ପତ୍ନୀ ରଶ୍ମିତା ପୂଜାରୀଙ୍କୁ ସ୍ଥାନୀୟ ଜଣେ ଦଲାଲ କାମ କରାଇବା ପାଇଁ ବିଲାଶପୁର ଅଞ୍ଚଳକୁ ନେଇ ବିକ୍ରି କରିଦେଇଥିଲା । ସେଠାରେ ସେମାନେ ଦିନରାତି କାମ କରିବା ପରେ ମଧ୍ୟ ତାଙ୍କୁ ପାରିଶ୍ରମିକ ଦିଆଯାଉ ନଥିଲା । କେବଳ ଚାଉଳ ଏବଂ କିଛି ପରିବା ଦେଇ ଛାଡି ଦେଉଥିଲେ । ସେଠାରେ ଏହି ଦମ୍ପତିର ଦୁଇଟି ଝିଅ ଜନ୍ମ ହୋଇଥିଲେ । ତେବେ ସେଠାରେ ଖସି ଚାଲି ଚାଲି ମାଲକାନଗିରି ଆସୁଥିବା ବେଳେ ବଡ ଝିଅର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ଲକ୍ଷ୍ମଣ କୁହନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking