20.1 C
Bhubaneswar
Thursday, December 5, 2024
Homeଓଡିଶାସରୁନି ଦାଦନ ଦୁଃଖ : ମାଲେସିଆ ଓ କେରଳରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ସରୁନି ଦାଦନ ଦୁଃଖ : ମାଲେସିଆ ଓ କେରଳରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ଉତ୍କଟ ହେଉଥିବା ବେଳେ ପ୍ରତିଦିନ ବେକାର ଯୁବକ ଯୁବତିମାନେ କାମଧନ୍ଦା ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଇ ନିର୍ଯ୍ୟାତନାର ଶିକାର ହେବା ସହ ମୃତ୍ୟୁ ମୁଖରେ ପଡ଼ିଥିବା ଦେଖିବାକୁ ମିଳିଛି । ଗତ ଏକବର୍ଷ ଦଶମାସ ପୂର୍ବରୁ ଖଲ୍ଲିକାଟ ଥାନା ଅନ୍ତର୍ଗତ ବାଣିଆ ଗ୍ରାମପଞ୍ଚାୟତର ବାଣିଆ ଗ୍ରାମର ବିଜୟ ଗୌଡ଼ଙ୍କ ପୁଅ ପ୍ରତାପ ରୋଜଗାର କରିବା ପାଇଁ ସୁଦୂର ମାଲେସିଆ ଯାଇଥିଲେ । ସମ୍ପର୍କିୟଙ୍କ କହିବାନୁଯାୟୀ ବୁଧବାର ଫୋନ ଯୋଗେ ପ୍ରତାପଙ୍କ ସହ ମିଶି ରହୁଥିବା ଚିକିଟି ଅଂଚଳର ଜଣେ ଶ୍ରମିକଙ୍କ ସୂଚନା ପ୍ରକାରେ ପ୍ରତାପଙ୍କ ମୃତ୍ୟୁ ହାଇଥିବା ଜାଣିବାକୁ ପାଇଥିଲେ । ମଙ୍ଗଳବାର ଦିନ ସେ ସେଠାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।
ଏପଟେ ବଞ୍ଚି ଥାଉ ଥାଉ ରୋଜଗାରିଆ ପୁଅର ମୃତ୍ୟୁ ଖବର ଶୁଣି ବାହୁନି ବାହୁନି କାନ୍ଦୁଛି ବୃଦ୍ଧା ମା’ ଗନ୍ଧିଆଣି । ପ୍ରତାପଙ୍କ ବଡ଼ପୁଅ ବାନାମ୍ବର ନବମ ଶ୍ରେଣୀରେ ପଢୁଥିବାବେଳେ ବଡଝିଅ ମାମୁନି ୫ମ ଶ୍ରେଣୀରେ ଓ ସାନଝିଅ କାମିନୀ ଦ୍ୱିତୀୟ ଶ୍ରେଣୀରେ ପଢୁଛନ୍ତି । ପିଲାମାନେ ବାପାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି । ମରଶରୀରକୁ ନିଜ ଗ୍ରାମକୁ ଆଣିବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ପରିବାର ଲୋକେ । ମୃତ ପରିବାରଙ୍କ ଘରକୁ ଛତ୍ରପୁର ଶ୍ରମନିରୀକ୍ଷକ ବି.ହୃଷିକେଶ ରାଓ ପହଞ୍ôଚ ସମବେଦନା ଜଣାଇବା ସହ ଅତି ଶୀଘ୍ର ପ୍ରତାପଙ୍କ ମରଶରୀର ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।
ସେହିପରି ଖଲ୍ଲିକାଟ ବ୍ଲକର ନାଇକାଣିପଲ୍ଲି ଗ୍ରାମର ମୁରଲି ସ୍ୱାଇଁ ଦୀର୍ଘ ଅଢେଇବର୍ଷ ହେଲା ଶ୍ରମିକ ଭାବରେ ଦଲାଲ ଜରିଆରେ ସୁଦୂର କେରଳକୁ ଠିକା ଶ୍ରମିକ ଭାବରେ ଯାଇଥିଲେ । ସେଠାରେ ବୁଧବାର କୌଣସି କାରଣରୁ ମୃତ୍ୟୁ ହାଇଥିବା ଖବର ପାଇଥିଲେ ସ୍ତ୍ରୀ ଶିଶୁଳା । ପାଖରେ ଏବେ କେହି ନାହାନ୍ତି । କିଛିବର୍ଷ ତଳେ ଝିଅ ସନ୍ତୋଷୀର ବାହାଘର ହୋଇଥିଲା । ବାହାଘରର ବାକି ଶୁଝିବା ପାଇଁ ଦଲାଲଙ୍କ ପ୍ରରୋଚନାରେ କେରଳ ଯାଇଥିଲେ ମୁରଲି । ମୁରଲିଙ୍କ ମରଶରୀର କେରଳରୁ ଫେରାଇ ଆଣିବାକୁ ପରିବାର ସହିତ ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking