28.1 C
Bhubaneswar
Friday, March 29, 2024
Homeଅପରାଧପ୍ରେମିକା ସହ ପ୍ରେମିକ ଏପରି କଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପ୍ରେମିକା ସହ ପ୍ରେମିକ ଏପରି କଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଦେବଗଡ : ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ସ୍ଥାପନ ପରେ ପ୍ରେମିକ ବିବାହ ପାଇଁ ମନା କରିବା ସହ ପ୍ରତାରଣା କରିବା ଏବଂ ପ୍ରେମିକାକୁ ପ୍ରେମିକର ପରିବାର ଲୋକେ ହତ୍ୟା ଧମକଦେବା ଭଳି ଏକ ଅଭିଯୋଗ ହୋଇଛି କୁଣ୍ଢେଇଗୋଳା ଥାନାରେ । ଅଭିଯୋଗା ଅଧାରରେ କୁଣ୍ଢେଇଗୋଳା ଥାନା ପୁଲିସ ଦୁଷ୍କର୍ମ ସହ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟ ପକ୍ଷରେ ଦଗାଦିଆ ପ୍ରେମିକ ଫେରାର ଥିବା ଜଣା ପଡିଛି ।
ସୂଚନା ଅନୁଯାୟୀ, ବାରକୋଟ ଥାନା ଅନ୍ତର୍ଗତ ଅନନ୍ତପିଛୁଳା ଗ୍ରାମର ଜଣେ ୨୫ ବର୍ଷୀୟା ଯୁବତୀ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଧୀରମୁଣ୍ଡା ଗ୍ରାମର ସୁଧିର ଘଡେଇଙ୍କ ପୁଅ ଅଜିତ ଘଡେଇ ମଧ୍ୟରେ ପ୍ରାୟ ୨ବର୍ଷ ପୂର୍ବରୁ ଦେଖା ପରଠାରୁ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଅଜିତ ପ୍ରେମିକାକୁ ବିବାହର ଆଶ୍ୱାସନା ଦେଇ ବିଭିନ୍ନ ସମୟରେ ଶାରିରୀକ ସମ୍ପର୍କ ସ୍ଥାପନ କରି ଆସୁଥିଲା । ତେବେ ଗତ ୧୧ ତାରିଖ ଦିନ ପୂର୍ବ ଭଳି ପୁଣି ଥରେ ଯୁବତୀ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରିବାରୁ ଯୁବତୀ ଜଣକ ବିବାହ ପାଇଁ ଜିଦ ଧରିବାରୁ ଅଜିତ ୧୨ତାରିଖ ଦିନ ରାଉରକେଲାକୁ ନେଇଯାଇ ଏକ ହୋଟେଲରେ ରହିଥିଲେ । ତେବେ ଯୁବତୀ ଜଣକ ବିବାହ ପାଇଁ ଜିଦ ଧରିବାରୁ ଅଜିତ ତାଙ୍କ ସହ ଝଗଡା କରି ହୋଟେଲରୁ ବାହାରି ନିଜ ଘରକୁ ଚାଲି ଆସିଥିଲେ । ଯୁବତୀ ଜଣକ ୧୫ ତାରିଖ ଦିନ ଅଜିତଙ୍କ ଧୀରମୁଣ୍ଡା ସ୍ଥିତ ଘରକୁ ଆସି ଅଜିତଙ୍କୁ ଦେଖି ବିବାହ ପାଇଁ ଅଡି ବସିଥିଲେ । ଅଜିତଙ୍କ ବାପା, ମା’,ଭାଉଜ ଓ ୨ ଜଣ ପିୟୁସି ମିଶି ଯୁବତୀଙ୍କ ଠାରୁ ମୋବାଇଲ ଓ ପର୍ସ ଛଡାଇ ନେବା ସହ ମାଡ ମାରି ଘରୁ ରାସ୍ତାକୁ ବାହାର କରି ଦେଇଥିଲେ । ଯୁବତୀ ଜଣକ ହତ୍ୟା ଆଶଙ୍କା କରି ସେଠାରୁ କୈାଶଳ କ୍ରମେ ଖସି ଯାଇ ଗାଁ ପୂଜା ମଣ୍ଡପରେ ଆଶ୍ରୟ ନେଇଥିଲେ । ପରେ ଏ ସମ୍ପର୍କରେ ପ୍ରତାରିତ ପ୍ରେମିକା କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟ ପକ୍ଷରେ ଦଗାଦିଆ ପ୍ରେମିକ ଫେରାର ଥିବା ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking