31.1 C
Bhubaneswar
Tuesday, April 23, 2024
Homeଓଡିଶାଗ୍ରୁପ ସି ଓ ଗ୍ରୁପ ଡି କର୍ମଚାରୀଙ୍କ ଅଫିସ ଆସିବା ଉପରେ କଟକଣା

ଗ୍ରୁପ ସି ଓ ଗ୍ରୁପ ଡି କର୍ମଚାରୀଙ୍କ ଅଫିସ ଆସିବା ଉପରେ କଟକଣା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର ଗ୍ରୁପ ସି ଓ ଗ୍ରୁପ ଡି କର୍ମଚାରୀଙ୍କ ଅଫିସ ଆସିବା ଉପରେ କଟକଣା ଜାରି କରିଛନ୍ତି । କେବଳ ଗ୍ରୁପ ଏ ଓ ବି କର୍ମଚାରୀ ମାନେ ପୂର୍ବରୁ ଯେଉଁଭଳି ଭାବେ ଅଫିସ ଆସୁଥିଲେ ସେହିଭଳି ଆସିବେ । ଗ୍ରୁପ ସି ଓ ଗ୍ରୁପ ଡି ଏହି ଦୁଇ ବର୍ଗର କର୍ମଚାରୀମାନଙ୍କୁ ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଅଫିସ ଆସିବାକୁ ପଡ଼ିବନାହିଁ । ଜିଲ୍ଲାସ୍ତରରେ ଏହି ବର୍ଗର କର୍ମଚାରୀମାନଙ୍କ ମଧ୍ୟରୁ କିଏ ଅଫିସ ଆସିବେ ତାହା ଜିଲ୍ଲାପାଳ କିମ୍ବା ନିର୍ଦ୍ଦେଶକସ୍ତରର ଅଫିସରମାନେ ସ୍ଥିର କରିବେ । ଅତି ଜରୁରୀ ଥିଲେ ସେମାନଙ୍କୁ ଓସ୍ୱାସ୍ ମାଧ୍ୟମରେ କାର୍ଯ୍ୟ କରିବାକୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ଏ ନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
https://onakhabar.com/2020/03/19/public-viewings-and-all-exams-are-closed-at-religious-institutions/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking