31.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶକଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ଗୁଳିକରି ହତ୍ୟା

କଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ଗୁଳିକରି ହତ୍ୟା

ଶ୍ରୀନଗର : ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ଟୁମ୍‌ଛି ନୌପୋରା ସହରରେ ଆତଙ୍କବାଦୀମାନେ ସୋମବାର ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ମୁକେଶ ନାମକ ଏହି ଶ୍ରମିକ ଉତ୍ତର ପ୍ରଦେଶ ନିବାସୀ ବୋଲି ଜଣାପଡିଛି । ବିଗତ ୨୪ ଘଣ୍ଟାରେ ପୁଲୱାମା ଜିଲ୍ଲାରେ ଆତଙ୍କବାଦୀଙ୍କ ଦ୍ୱାରା ଏହା ହେଉଛି ଦ୍ୱିତୀୟ ଗୁଳିକାଣ୍ଡ ଘଟଣା । ରବିବାର ମସ୍‌ରୁର ଅହମ୍ମଦ ୱାନି ନାମକ ଜଣେ ପୁଲିସ ଇନିସ୍‌ପେକ୍ଟର କ୍ରିକେଟ ଖେଳୁଥିବାବେଳେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳିମାଡ କରିବାରୁ ଗୁରୁତର ଆହତ ଅବସ୍ଥାରେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking