14.1 C
Bhubaneswar
Friday, January 17, 2025
Homeଓଡିଶାମଧ୍ୟାହ୍ନଭୋଜନ ଚାଉଳ ହଡପ ମାମଲା: ସିଆରସିସି ଓ ଡାଟାଏଣ୍ଟ୍ରି ଅପରେଟରଙ୍କୁ ତୁରନ୍ତ ହଟାଇବାକୁ ଚିଠି

ମଧ୍ୟାହ୍ନଭୋଜନ ଚାଉଳ ହଡପ ମାମଲା: ସିଆରସିସି ଓ ଡାଟାଏଣ୍ଟ୍ରି ଅପରେଟରଙ୍କୁ ତୁରନ୍ତ ହଟାଇବାକୁ ଚିଠି

ଭୁବନେଶ୍ୱର: ବଲାଙ୍ଗୀର ଓ କେରାପୁଟ ଜିଲ୍ଲାର ବିଭିନ୍ନ ସ୍କୁଲରେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ପ୍ରଦାନ କରାଯାଉଥିବା ମଧ୍ୟାହ୍ନଭୋଜନ ଚାଉଳ ଠିକଭାବେ ପହଁଞ୍ଚିପାରୁନି । ଏହିଭଳି ଏକ ରିପୋର୍ଟ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିକଟକୁ ଆସିବା ପରେ ଦୁଇ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିଭାଗ ପକ୍ଷରୁ ଚିଠି କରାଯାଇ ତୁରନ୍ତ ସେଠାକର ସିଆରସିସି ଓ ଡାଟାଏଣ୍ଟ୍ରି ଅପରେଟଙ୍କୁ ପରିବର୍ତ୍ତନ କରି ନୂତନ ସିଆରସିସିଙ୍କ ନାମ ଓସେପା ନିକଟକୁ ପଠାଇବାକୁ ଚିଠି କରାଯାଇଛି । ସୂଚନା ଯୋଗ୍ୟଯେ ବଲାଙ୍ଗୀର ଓ କେରାପୁଟ ଜିଲ୍ଲାର ବିଭିନ୍ନ ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନଭୋଜନ ବାବଦକୁ ଯେଉଁ ଚାଉଳ ପ୍ରଦାନ କରାଯାଏ ସ୍କୁଲରେ ପହଁଞ୍ଚିବା ବେଳକୁ ସେହି ୫୦ କେଜି ବସ୍ତାରୁ ୨ରୁ ୩ କେଜି ଗାଏବ ହୋଇଯାଏ । ତେବେ ଏହାକୁ ନେଇ ବିଧାନସଭାରେ ତୁମ୍ବି ତୋଫାନ ହେବା ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପିଏମ ପୋଷଣ ଯୋଜନାର ନୋଡାଲ ଅଫିସର ସମ୍ବିତ କୁମାର ନାୟକ ଏନେଇ ଉଭୟ ଜିଲ୍ଲାର ଜିଳ୍ଲା ଶିକ୍ଷାଧିକାରୀଙ୍କୁ ତାଗିଦ କରିବା ସହିତ ଏହି ମାମଲାରେ ସଂପୃକ୍ତ ସିଆରସିସି ଓ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ହଟାଇ ସେମାନଙ୍କ ସ୍ଥାନରେ କାହାକୁ ନିଯୁକ୍ତ କରାଯିବ ତାର ତାଲିକା ଓସେପା ନିକଟକୁ ପଠାଇବାକୁ କହିଛନ୍ତି । ସେହିପରି ଡାଟାଏଣ୍ଟ୍ରି ଅପରେଟର ଯୋଗାଉଥିବା ଠିକା ସଂସ୍ଥାକୁ ମଧ୍ୟ ତୁରନ୍ତ ଉକ୍ତ ଅପରେଟଙ୍କୁ ହଟାଇବାକୁ ବିଭାଗୀୟ ଚିଠିରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking