30.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶମେକ୍ସିକୋ: ସାମୁଦ୍ରିକ ଝଡ଼ରେ ୪୮ ମୃତ

ମେକ୍ସିକୋ: ସାମୁଦ୍ରିକ ଝଡ଼ରେ ୪୮ ମୃତ

ମେକ୍ସିକୋ : ସାମୁଦ୍ରିକ ଝଡ଼୍ ‘ଓଟିସ୍‌’ ପ୍ରଭାବରେ ମେକ୍ସିକୋରେ ୪୮ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ଝଡ଼ ପ୍ରଭାବରେ ଆକାପୁଲ୍‌କୋ ଓ କୋୟୁକା ବେନିତେଜ୍ ସହର ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏପର୍ଯ୍ୟନ୍ତ ନିଖୋଜ ଥିବା ୩୬ ଜଣଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି । ସାମୁଦ୍ରିକ ଝଡ଼ ଯୋଗୁଁ ଏହି ଦୁଇଟି ସମୟରେ ଯୋଗାଯୋଗ ଓ ବିଦ୍ୟୁତ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ରାସ୍ତା ଉପରେ ବଡ ବଡ ଗଛ ଓଲଟି ପଡିଥିବାରୁ ଯାତାୟାତରେ ମଧ୍ୟ ଭୀଷଣ ଅସୁବିଧା ହେଉଛି । ଆକାପୁଲ୍‌କୋ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ସେଠାରେ ଶତାଧିକ ପର୍ଯ୍ୟଟକ ଫସିଯାଇଥିବା ଜଣାପଡିଛି । ବିଶ୍ୱ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏହି ଝଡ଼କୁ କ୍ୟାଟେଗୋରୀ ୫ ଶ୍ରେଣୀଭୁକ୍ତ କରାଯାଇଛି । ଓଟିସ୍ ସମ୍ପର୍କରେ ଆଗୁଆ ସୂଚନା  ନ ମିଳିବାରୁ କ୍ଷୟକ୍ଷତି ଅଧିକ ହୋଇଥିବା କୁହାଯାଇଛି । ଝଡ଼ ପ୍ରଭାବରେ ୨.୭୫ ଲକ୍ଷ ବାସଗୃହ, ୬୦୦ ହୋଟେଲ ଏବଂ ୧୨୦ ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି । କ୍ଷୟକ୍ଷତି ପରିମାଣ ୧୫ ବିଲିୟନ ଡଲାର ହେବ ବୋଲି ଆଳକନ କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଥିବାବେଳେ ପ୍ରଭାବିତ ଲୋକଙ୍କୁ ରିଲିଫ୍ ଯୋଗାଇ ଦିଆଯାଉଛି । ସୂଚନାଯୋଗ୍ୟ ୧୯୯୭ରେ ସାମୁଦ୍ରିକ ଝଡ଼ ‘ପାଉଲିନା’ ଯୋଗୁଁ ଆକାପୁଲ୍‌କୋ ସହରରେ ୩୦୦ ଲୋକଙ୍କର ପ୍ରାଣହାନି ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking