ନୂଆଦିଲ୍ଲୀ:ଦୀର୍ଘ ୫ ମାସରୁ ଉର୍ଦ୍ଧ୍ୱ ହେବ ମେଟ୍ରୋ ସେବା ବନ୍ଦ ରହିଥିଲା । ତେବେ ପୁଣି ଦିଲ୍ଲୀ ବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆସନ୍ତା ୭ ତାରିଖଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି ମେଟ୍ରୋ ସେବା । ବୁଧବାର ମେଟ୍ରୋ ସେବା ପୁନଃ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ। ସେପ୍ଟେମ୍ବର ୭ରୁ ଦିଲ୍ଲୀରେ ପୁନଃ ମେଟ୍ରୋ ସେବା ଆରମ୍ଭ ହେବାକୁ ଥିବା ବେଳେ ମେଟ୍ରୋରେ ଯାତ୍ରା ପାଇଁ ମାସ୍କ ଏବଂ ସ୍ମାର୍ଟ କାର୍ଡର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି |
ମେଟ୍ରୋ ଭିତରେ ସର୍ବୋଚ୍ଚ ତାପମାତ୍ରା କ’ଣ ହେବା ଉଚିତ୍ ସେ ବିଷୟରେ ଆମେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହୁଁ। ଏହା ସହ ସମସ୍ତ ଷ୍ଟେସନରେ ଟ୍ରେନ୍ ଅଟକି ରହିବ ନାହିଁ। କଣ୍ଟେଣ୍ଟମେଣ୍ଟ ଜୋନରେ ଥିବା ଷ୍ଟେସନ ଗୁଡ଼ିକୁ ବନ୍ଦ ରଖାଯିବ ବୋଲି ଦିଲ୍ଲୀ ପରିବହନ ମନ୍ତ୍ରୀ କୈଲାଶ ଗେହଲଟ୍ କହିଛନ୍ତି।