30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମୌସୁମୀ ଅଧିବେଶନରେ ଛୁଟିରେ କାମ କରିବେ ସାଂସଦ

ମୌସୁମୀ ଅଧିବେଶନରେ ଛୁଟିରେ କାମ କରିବେ ସାଂସଦ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ଅକ୍ଟୋବର ୧ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି।  କରୋନା ମହାମାରୀ ପାଇଁ ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ। ଏ ନେଇ ରାଜ୍ୟସଭା ସଚିବଙ୍କ ଦ୍ବାରା ଏକ ବିଜ୍ଞପ୍ତି ଜାରି କରାଯାଇଛି।  ତେବେ ପ୍ରଶ୍ନକାଳ ହଟାଇ ଦିଆଯାଇଥିବା ବେଳେ ଶୂନ୍ୟକାଳ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ | ଏହି ବର୍ଷ ପାଇଁ ପ୍ରଥମ ଥର ବ୍ୟବସ୍ଥା କରାଯାଇଛି ଯେ, ଛୁଟି ଦିନମାନଙ୍କରେ ମଧ୍ୟ କାମ ଜାରି ରହିବ ।

ତେବେ ରାଜ୍ୟସଭା ଓ ଲୋକସଭାର କାର୍ଯ୍ୟସୂଚୀ ଦୈନିକ ଆଧାରରେ କରାଯିବ । ଗୋଟିଏ ଦିନ ଲୋକସଭା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ କରାଯିବ । ତାପରେ ଦିନ ୩ଟାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରାଜ୍ୟସଭା କାର୍ଯ୍ୟ କରାଯିବ । ସେହିପରି ୧୪ ସେପ୍ଟେମ୍ବର ପରେ ରାଜ୍ୟସଭା । ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ କରାଯିବ । ତାପରେ ଦିନ ୩ଟାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଲୋକସଭା କାର୍ଯ୍ୟ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking