26.1 C
Bhubaneswar
Wednesday, April 15, 2026
Homeଓଡିଶା୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ

୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ

ଭୁବନେଶ୍ବର: ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଜୁନ ପହିଲାରୁ ଏପର୍ୟ୍ୟନ୍ତ ୬୮୦.୫ ମିମି ବର୍ଷା ରେକର୍ଡ ହୋଇଛି । ଏବେ ରାଜ୍ୟରେ ବର୍ଷା ପରିମାଣ ସ୍ବାଭାବିକ ଠାରୁ ୧୦ ପ୍ରତିଶତ ନିଅଣ୍ଟିଆ ରହିଛି । ସ୍ୱାଭାବିକ ଭାବେ ୭୬୦.୦ ମି.ମି ବର୍ଷା ହେବା କଥା । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ ।  ଅନ୍ୟପଟେ ଦକ୍ଷିଣ ବାଂଲାଦେଶ ଓ ତତ୍‌ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଏବେ ସକ୍ରିୟ ରହିଛି । ଆଜି ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ୱେଲ-ମାର୍କଡ ଲୋ-ପ୍ରେସର ବା ସଦୃଶ ଲଘୁଚାପ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ସ୍ଥାନରେ ୭୦ରୁ ୧୧୦ ମି.ମି ବର୍ଷା ହୋଇପାରେ । ଆଜି ୫ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଆସନ୍ତାକାଲି ମଧ୍ୟ ବର୍ଷାର ପରିମାଣ ଅଧିକ ହେବ । ମଙ୍ଗଳବାର ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୨୧ ତାରିଖରୁ କ୍ରମଶଃ ବର୍ଷା ପରିମାଣ କମିବ ବୋଲି ପୂର୍ବାନୁମାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking