31.1 C
Bhubaneswar
Thursday, July 4, 2024
Homeଖେଳପ୍ରଥମ ଫୁଟବଲ ଖେଳାଳି ଭାବେ ମେସି ହେଲେ ଆଥଲେଟ ଅଫ ଦି ଇୟର

ପ୍ରଥମ ଫୁଟବଲ ଖେଳାଳି ଭାବେ ମେସି ହେଲେ ଆଥଲେଟ ଅଫ ଦି ଇୟର

ନୂଆଦିଲ୍ଲୀ: ଆର୍ଜେଂଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ଆଥଲେଟ ଅଫ ଦି ଇୟର ବିବେଚିତ ହୋଇଛନ୍ତି । ଏହି ସମ୍ମାନ ପାଇବାରେ ସେ ପ୍ରଥମ ଫୁଟବଲ ଖେଳାଳି ହୋଇଛନ୍ତି । କିଲିୟାନ ଏମ୍ବାପ୍ପେ, ଏଲିଙ୍ଗ ହଲାଣ୍ଡ, ନୋଭାକ ଜୋକୋଭିଚ ଓ ଆରୋନ ଜଜଙ୍କୁ ପଛରେ ପକାଇ ମେସି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଗତ ମାସରେ ସେ ୮ମ ଥର ପାଇଁ ବାଲନ ଡି ଓର ପୁରସ୍କାର ହାସଲ କରିଥିଲେ । ଫିଫା ବିଶ୍ୱକପ ଫୁଟବଲରେ ମେସି ଦୁଇ ଥର ଗୋଲ୍ଡେନ ବଲ ହାସଲ କରିଛନ୍ତି । ତାଙ୍କ ନେତୃତ୍ୱରେ ଆର୍ଜେଂଟିନା ପେନାଲ୍ଟି ଶୁଟ ଆଉଟରେ ଫ୍ରାନ୍ସକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲେ । ମେସି ୭ଟି ଗୋଲ ସ୍କୋର କରିଥିଲେ ।ସେ ବିଶ୍ୱକପରେ ଓଭରାଲ ୨୬ ମ୍ୟାଚ ଖେଳି ୧୬ ଗୋଲ ଦେଇଛନ୍ତି । ଟାଇମ ମ୍ୟାଗାଜିନ ୨୦୧୯ରୁ ଆଥଲେଟ ଅଫ ଦି ଇୟର ପୁରସ୍କାର ପ୍ରଦାନ କରି ଆସୁଛି । ବର୍ଷକ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି । ଏହା ପୂର୍ବରୁ ୧୯୨୭ରୁ ପର୍ସନ ଅଫ ଇୟର ପୁରସ୍କାର ଦିଆ ଯାଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking