29.7 C
Bhubaneswar
Wednesday, June 18, 2025
Homeଦେଶ ବିଦେଶଗଛରେ ପିଟି ହୋଇ ଜଳିଗଲା ମର୍ସିଡିଜ୍‌; ଜିଅନ୍ତା ଜଳିଗଲେ ମାଲିକ

ଗଛରେ ପିଟି ହୋଇ ଜଳିଗଲା ମର୍ସିଡିଜ୍‌; ଜିଅନ୍ତା ଜଳିଗଲେ ମାଲିକ

ଲକ୍ଷ୍ନø: ନୋଏଡା ସେଣ୍ଟ୍ରାଲ ଜୋନ୍‌ର ଫେଜ୍‌-୨ ଥାନା ଅନ୍ତର୍ଗତ ସେକ୍ଟର ୯୩ରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଭୟଙ୍କର କାର୍ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଯାଉଥିବା ଏକ ମର୍ସିଡିଜ୍ କାର୍ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡର ସହ ଧକ୍କା ହୋଇଥିଲା ଏବଂ ପରେ ଏକ ଗଛରେ ପିଟି ହୋଇଯିବାରୁ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଏଥିରେ କାର୍ ମାଲିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଗାଡ଼ି ମାଲିକ ଭିତରେ ଫସି ରହିବା କାରଣରୁ ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଖବର ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୋଲିସ ସୂଚନା ମୁତାବକ, ମୃତ କାର୍ ମାଲିକ ହେଲେ ଅନୁଜ ଶେରାୱତ୍ । ସେ ହରିୟାଣାର ପଲଭଲ୍ ସ୍ଥିତ ଏକ କମ୍ପାନୀରେ ଅନ୍ତର୍ଜାତୀୟ ବ୍ୟବସାୟର ସିନିୟର ମ୍ୟାନେଜର ରୂପେ କାର୍ଯ୍ୟ କରୁଥିଲେ ଏବଂ ଦିଲ୍ଲୀର ରୋହିଣୀସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିଲେ । ସୂଚନା ଅନୁସାରେ, ଅନୁଜ ଶେରାୱତ୍ ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ସେଣ୍ଟରରେ ଚାଲିଥିବା ଏକ୍ସପୋରେ ଯୋଗଦେଇ ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ସେକ୍ଟର ୯୩ସ୍ଥିତ ଏକ ଛକ ନିକଟରେ ତାଙ୍କ ମର୍ସିଡିଜ୍ ଗାଡ଼ି ଭାରସାମ୍ୟ ହରାଇ ଡିଭାଇଡର ସହ ଧକ୍କା ହୋଇ ଗଛରେ ପିଟି ହୋଇଯାଇଥିଲା, ଫଳରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା ।

ନିଆଁ ଲାଗିବା ଯୋଗୁ କାର୍ ଅଟୋମେଟିକ୍ ଲକ୍ ହୋଇଯାଇଥିଲା, ଯେଉଁ କାରଣରୁ ଅନୁଜ ବାହାରକୁ ବାହାରି ପାରି ନ ଥିଲେ ଏବଂ ଗାଡ଼ି ଭିତରେ ହିଁ ଜିଅନ୍ତା ଜଳି ଯାଇଥିଲେ । ଉଦ୍ଧାର ପାଇଁ ସେ ପ୍ରାୟ ୨୦ ମିନିଟ୍ କାଳ ଚିଲ୍ଲାଇଥିଲେ । କିନ୍ତୁ ଯେତେବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା, ତ ସେତେବେଳକୁ କାର୍‌ଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା । କାର୍ ଡୋର୍ ଖୋଲାଯିବାରୁ ଭିତରେ ମାଲିକଙ୍କ ଦଗ୍ଧ କଙ୍କାଳ ପଡ଼ିଥିବା ଦେଖିବାକୁ ମିଳିଥିଲା । ପୋଲିସ କାର ନମ୍ବର ଆଧାରରେ ମାଲିକଙ୍କୁ ଚିହ୍ନଟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking