35 C
Bhubaneswar
Tuesday, June 25, 2024
Homeଖେଳପୁରୁଷ ଜୁନିୟର୍ ହକି: ବେଲ୍‌ଜିୟମ୍‌କୁ ଶୁଟ୍‌ଆଉଟ୍‌ରେ ହରାଇଲା ଭାରତ

ପୁରୁଷ ଜୁନିୟର୍ ହକି: ବେଲ୍‌ଜିୟମ୍‌କୁ ଶୁଟ୍‌ଆଉଟ୍‌ରେ ହରାଇଲା ଭାରତ

ନୂଆଦିଲ୍ଲୀ:  ୟୁରୋପ ଗସ୍ତରେ ଥିବା ଭାରତୀୟ ପୁରୁଷ ଜୁନିୟର୍ ଟିମ୍ ବିଜୟରୁ ଅଭିଯାନ ଆରମ୍ଭ କରିଛି । ସୋମବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୪-୨ ଶୁଟ୍‌ଆଉଟ୍‌ରେ ବେଲ୍‌ଜିୟମ୍‌କୁ ହରାଇ ଦେଇଛି । ନିୟମିତ ସମୟରେ ମ୍ୟାଚ୍ ୨-୨ ଗୋଲ୍‌ରେ ଶେଷ ହୋଇଥିଲା । ନିୟମିତ ସମୟରେ ଭାରତ ପକ୍ଷରୁ ଶାରଦାନନ୍ଦ ତିୱାରୀ ତୃତୀୟ ଏବଂ ୨୭ତମ ମିନିଟ୍‌ରେ ଗୋଲ୍‌ଦୁଇଟି କରିଥିଲେ । ତିୱାରୀଙ୍କ ଉଭୟ ଗୋଲ୍ ପେନାଲ୍ଟି କର୍ଣ୍ଣର୍‌ରୁ ହୋଇଥିଲା । ତାଙ୍କ ଗୋଲ୍ ବଳରେ ଭାରତ ପ୍ରଥମାର୍ଦ୍ଧ ସୁଦ୍ଧା ୨-୦ରେ ଆଗୁଆ ରହିଥିଲା । ତୃତୀୟ କ୍ୱାର୍ଟର୍ ଆରମ୍ଭରୁ ବେଲ୍‌ଜିୟମ୍ ଏକ ପେନାଲ୍ଟି କର୍ଣ୍ଣର୍‌କୁ ଗୋଲ୍‌ରେ ପରିବର୍ତ୍ତନ କରି ବ୍ୟବଧାନକୁ ୨-୧ କରିଥିଲା । ଏହାପରେ ଚତୁର୍ଥ କ୍ୱାର୍ଟର୍‌ରେ ଆଉ ଏକ ପେନାଲ୍ଟି କର୍ଣ୍ଣର୍ ପରିବର୍ତ୍ତନ କରି ବେଲ୍‌ଜିୟମ୍ ୨-୨ରେ ସ୍ଥିତି ବରାବର କରିଥିଲା । ଶେଷ ପର୍ଯ୍ୟନ୍ତ ଆଉ କୌଣସି ଗୋଲ୍ ନହେବାରୁ ସ୍ଥିତି ସମାନ ରହିଥିଲା ଏବଂ ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲ୍ଟି ଶୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା । ପେନାଲ୍ଟି ଶୁଟ୍‌ଆଉଟ୍‌ରେ ଭାରତ ପକ୍ଷରୁ ଗୁରଜୋତ୍ ସିଂହ, ସୌରଭ ଆନନ୍ଦ କୁଶୱାହା, ଦିଲ୍‌ରାଜ ସିଂହ ଏବଂ ମନମିତ ସିଂହ ଗୋଲ୍ ସ୍କୋର୍ କରିଥିବା ବେଳେ ଗୋଲ୍‌କିପର୍ ପ୍ରିନ୍ସ ଦୀପ୍ ସିଂହ ଦୁଇଟି ଚମତ୍କାର ସେଭ୍ କରି ଟିମ୍‌କୁ ବିଜୟୀ କରାଇଥିଲେ । ଭାରତ ପରବର୍ତ୍ତୀ ମ୍ୟାଚ୍‌ରେ ବୁଧବାର ନେଦରଲାଣ୍ଡ୍‌ସର ବ୍ରେଡାରେ ବେଲ୍‌ଜିୟମ୍‌କୁ ଭେଟିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking