28.1 C
Bhubaneswar
Thursday, July 4, 2024
Homeଓଡିଶାଭଦ୍ରକରୁ ପୁରୀ ଚାଲିବ ମେମୁ ଟ୍ରେନ୍

ଭଦ୍ରକରୁ ପୁରୀ ଚାଲିବ ମେମୁ ଟ୍ରେନ୍

ଭଦ୍ରକ : ଭଦ୍ରକରୁ ପୁରୀ ଚାଲିବ ମେମୁ ଟ୍ରେନ୍। ଭଦ୍ରକ ଷ୍ଟେସନରୁ ସକାଳ ୭ଟାରେ ବାହାରି ପୁରୀ ଅଭିମୁଖେ ଯାତ୍ରା କରିବ। ଏ ସମ୍ପର୍କରେ ଡିଆରଏମଙ୍କ କାର୍ଯ୍ୟାଳୟରୁ ଭଦ୍ରକ ଷ୍ଟେସନ ମ୍ୟାନେଜେରଙ୍କ ନିକଟକୁ ଶନିବାର ସନ୍ଧ୍ୟାରେ ସୂଚନା ଦିଆଯାଇଛି। ରାତି ୯ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଉକ୍ତ ମେମୁ ଟ୍ରେନ୍‌କୁ ରହଣି ସ୍ଥଳ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚାନୁଯାୟୀ, ଚଳିତ ବର୍ଷ ଜାନୁଆରୀ ମାସରୁ ଭଦ୍ରକରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ୍ ବାଲେଶ୍ୱର ପର୍ଯ୍ୟନ୍ତ ସାମ୍ପ୍ରସାରିତ କରାଯାଇଥିଲା। ଫଳରେ ବାଲେଶ୍ୱରରୁ ଆସୁଥିବା ମେମୁ ଟ୍ରେନ୍‌ରେ ଭଦ୍ରକ ଯାତ୍ରୀ ସ୍ଥାନ ନପାଇ ଅସୁବିଧା ଭୋଗୁଥିଲେ। ଏହି ସମୟରେ ପ୍ରାକ୍ତନ ବିଧାୟକ ନରେନ ପଲାଇ ଭଦ୍ରକ ଯାତ୍ରୀଙ୍କ ସମସ୍ୟାକୁ ନେଇ ପ୍ରତେକ ମାସ ୬ ତାରିଖରେ ପ୍ରଥମେ ଦାବିପତ୍ର, ପରେ ଧାରଣା ଓ ଶେଷରେ ରେଳରୋକ ଆନ୍ଦୋଳନ ଆରମ୍ଭ କରିଥିଲେ। ଶେଷରେ ରେଳ ବିଭାଗ ବାସ୍ତବ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନେଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking