27.1 C
Bhubaneswar
Wednesday, June 26, 2024
Homeଓଡିଶାଜାଣନ୍ତୁ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ

ଜାଣନ୍ତୁ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମନ୍ତ୍ରିମଣ୍ଡଳରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ବିଧାନସଭା କ୍ଷେତ୍ରରୁ ଲଗାତାର ଦ୍ବିତୀୟଥର ପାଇଁ ବିଧାୟକ ହୋଇଥିବା ଇଂ.ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପଦ। ବହୁ ପ୍ରତିକୂଳ ପରିସ୍ଥିତିରୁ ଆସି ରାଜନୀତି‌ରେ ସଫଳତାର ଶିଡ଼ି ଚଢ଼ିଛନ୍ତି ଶ୍ରୀ ଖୁଣ୍ଟିଆ। ତାଙ୍କ ପୈତୃକ ଘର ଶିମିଳିପାଳ ବନାଞ୍ଚଳର ଅସ୍ତକୁଆଁର ପଞ୍ଚାୟତ ବଳରାମପୁର ଗ୍ରାମରେ। ବାଲ୍ୟାବସ୍ଥାରେ ସେ ନିଜ ପିତାମାତାଙ୍କୁ ହରାଇଥିଲେ। ବହୁ କଷ୍ଟରେ ଶିମିଳିପାଳ ଠାକୁରଗୋଡ଼ା ଆବାସିକ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିଥିଲେ। ପରେ ଉଚ୍ଚଶିକ୍ଷା ଗ୍ରହଣ କରିବା ସହ ପୂର୍ତ୍ତ ବିଭାଗରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଚାକିରି ଛାଡ଼ି ୨୦୧୯ରେ ସେ ଯଶିପୁର ଆସନରୁ ପ୍ରଥମ ଥର ବିଧାୟକ ହୋଇଥିଲେ। ପ୍ରଥମ କାର୍ଯ୍ୟକାଳ ସମୟରେ ଶିମିଳିପାଳ ଭଳି ଦୁର୍ଗମ ଅଞ୍ଚଳରେ ରାସ୍ତାଘାଟର ଉନ୍ନତୀକରଣ, ବିଦ୍ୟୁତ୍‌ ଓ ପାନୀୟ ଜଳଯୋଗାଣ ଆଦି ବିଭିନ୍ନ କ୍ଷେତ୍ରରେ ଆଖିଦୃଶିଆ ବିକାଶ ହୋଇଥିଲା। ଆଦିବାସୀଙ୍କ ଭାଷା, ସାମାଜିକ ଓ ସାଂସ୍କୃତିକ ସୁରକ୍ଷା ପାଇଁ ସେ ନିରନ୍ତର କାର୍ଯ୍ୟ କରିଥିଲେ। ହୋ’ ଭାଷାକୁ ଓଡ଼ିଶାରେ ଦ୍ୱିତୀୟ ରାଜଭାଷାର ମାନ୍ୟତା ଦେବାକୁ ସେ ବିଧାନସଭାରେ ଅନେକ ଥର ସ୍ବର ଉଠାଇଛନ୍ତି। ଆଦିବାସୀ ଭୋଟରଙ୍କ ମଧ୍ୟରେ ତାଙ୍କର ଗ୍ରହଣୀୟତା ଓ ପ୍ରବଳ ଲୋକପ୍ରିୟତା ହିଁ ତାଙ୍କୁ ଚଳିତ ନିର୍ବାଚନରେ ଜିତିବାରେ ସହାୟକ ହୋଇଥିଲା। ବିଜେଡିର ଚକ୍ରଧର ହେମ୍ବ୍ରମ୍‌ଙ୍କୁ ୩୪,୬୬୬ ଭୋଟ୍‌ରେ ହରାଇ ଶ୍ରୀ ଖୁଣ୍ଟିଆ ନିଜ ରାଜନୈତିକ ପରାକାଷ୍ଠାର ପ୍ରମାଣ ଦେଇଛନ୍ତି। ରାଜନୀତି ବ୍ୟତୀତ ତାଙ୍କର ସମାଜସେବା, କ୍ରୀଡ଼ା, ସାହିତ୍ୟ ଓ ସଂସ୍କୃତିରେ ବେଶ ରୁଚି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking