20.1 C
Bhubaneswar
Tuesday, November 19, 2024
Homeଖାଦ୍ୟଆସନ୍ତୁ ଜାଣିବା ଜାଇଫଳ ଔଷଧୀୟ ଗୁଣ

ଆସନ୍ତୁ ଜାଣିବା ଜାଇଫଳ ଔଷଧୀୟ ଗୁଣ

ଭୁବନେଶ୍ୱର : ଜାଇଫଳ ଖାଲି ଖାଇବାକୁ ଭଲ ଲାଗି ନଥାଏ, ଏଥିରେ ଔଷଧୀୟ ଗୁଣ ମଧ୍ୟ ରହିଛି। ଏଥର ଆସନ୍ତୁ ଜାଣିବା ଜାଇଫଳରେ କି ଭଲ ଗୁଣ ରହିଛି।
୧. ଯଦି ରାତିରେ ନିଦ ହେଉନାହିଁ ଏହାକୁ ଦୂର କରିବା ପାଇଁ ଜାଇଫଳ ଲାଭଦାୟକ। ଏଥିପାଇଁ ଦୈନନ୍ଦିନ ଭୋଜନରେ ଜାଇଫଳ ସାମିଲ କରନ୍ତୁ।
୨. ଯଦି ଜାଇଫଳକୁ ଦୈନନ୍ଦିନ ଭୋଜନରେ ସାମିଲ କରାଯାଏ ତାହାହେଲେ କ୍ୟାନସର୍‌ ପରି ମାରାତ୍ମକ ରୋଗ ହେବନାହିଁ |
୩. ଜାଇଫଳ ଖାଇବା ଦ୍ୱାରା ଶରୀରରେ ସେରେଟୋନିନ୍‌ ହର୍ମୋନର ଉତ୍ପାଦନ ବୃଦ୍ଧି ହୋଇଥାଏ। ଏହି ହରମୋନ୍‌ ଶରୀର ଓ ମସ୍ତିଷ୍କକୁ ଶାନ୍ତି ରଖିବା ପାଇଁ ସାହାଯ୍ୟ କରିଥାଏ।
୪. ଯଦି ଆପଣ ବି ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ଅଛନ୍ତି, ତା’ହେଲେ ଖାଦ୍ୟରେ ଜାଇଫଳ ସାମିଲ କରନ୍ତୁ। ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଆଣ୍ଠୁଗଣ୍ଠି ରୋଗ ପାଇଁ ଭଲ।
୫. ପେଟଜନିତ ସମସ୍ୟା ପାଇଁ ମଧ୍ୟ ଜାଇଫଳ ଭଲ। ଅଧିକ ତେଲ ମସଲାଜାତୀୟ ଖାଦ୍ୟ ପାଚନତନ୍ତ୍ରକୁ ପ୍ରଭାବିତ କରିଥାଏ।
୬. ଜାଇଫଳରେ କ୍ୟାଲସିୟମ୍‌, ଆଇରନ୍‌, ମ୍ୟାଗ୍ନେସିୟମ୍‌, ମିନେରାଲ୍, ପୋଟାସିୟମ୍ ପରି ନ୍ୟୁଟ୍ରିଏଣ୍ଟସ୍‌ ରହିଛି ଓ ଏସବୁ ରକ୍ତ ସଞ୍ଚାଳନକୁ ଠିକ୍‌ ରଖିଥାଏ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking