22.1 C
Bhubaneswar
Wednesday, January 15, 2025
Homeଅପରାଧମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

କର୍ଣ୍ଣାଟକ: କର୍ଣ୍ଣାଟକର ମାଇସୋରରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ଭଳି ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି । ଏହି ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣା ସହରର ସୀମାନ୍ତରେ ଥିବା ଲଳିତାଦ୍ରିପୁରାରେ ସାମ୍ନାକୁ ଆସିଛି । ପୋଲିସ କହିଛି ଯେ ଡାକ୍ତରୀ ଛାତ୍ରୀ ପୁରୁଷ ବନ୍ଧୁଙ୍କ ସହ ବାଇକରେ ବସି ଚାମୁଣ୍ଡା ପାହାଡ ଆଡକୁ ଯାଉଥିବାବେଳେ କିଛି ଦୁଷ୍କର୍ମକାରୀ ତାଙ୍କୁ ଅଟକାଇ ଏହି ବର୍ବର ଘଟଣା ଘଟାଇଥିଲେ। ପୋଲିସ କହିଛି ଯେ ଏହି ଗ୍ୟାଙ୍ଗର ଦୁଷ୍କର୍ମକାରୀମାନେ ପ୍ରଥମେ ଛାତ୍ରୀ ଏବଂ ତାଙ୍କ ସାଙ୍ଗକୁ ଅଟକାଇ ସେମାନଙ୍କଠାରୁ ଟଙ୍କା ମାଗିଥିଲେ। ଯେତେବେଳେ ସେମାନେ ଟଙ୍କା ଦେବାକୁ ମନା କରିଦେଲେ ଏବଂ ଗ୍ୟାଙ୍ଗ ଟଙ୍କା ପାଇଲା ନାହିଁ, ଦୁଷ୍କର୍ମକାରୀମାନେ ପୀଡିତାଙ୍କ ବନ୍ଧୁଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ବର୍ତ୍ତମାନ ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ପୁରୁଷ ବନ୍ଧୁ ମଧ୍ୟ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅଭିଯୋଗ ପରେ ପୋଲିସ ଅଜଣା ଲୋକଙ୍କ ଉପରେ ଗଣଦୁଷ୍କର୍ମ ମାମଲା ରୁଜୁ କରିଛି। ମାଇସୋର ପୋଲିସ କମିଶନର ଡକ୍ଟର ଚନ୍ଦ୍ରଗୁପ୍ତ କ୍ରାଇମବ୍ରାଞ୍ଚ ପରିଦର୍ଶନ କରି ଘଟଣାର ତଦନ୍ତ ପାଇଁ  ଦଳ ଗଠନ କରିଥିଲେ।
ଏହି ବର୍ବର ଘଟଣା ଉପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବମ୍ମାଇ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ଡିଜିପି ପ୍ରବୀଣ ସୁଦଙ୍କ ସହ କଥା ହୋଇ ଅପରାଧୀଙ୍କୁ ଧରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଦୋଷୀ ଅଛନ୍ତି ସେମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking