19.1 C
Bhubaneswar
Tuesday, January 14, 2025
Homeଦେଶ ବିଦେଶମାତ୍ରାଧିକ ଯୌତୁକ ଦାବି କରିବାରୁ, ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା

ମାତ୍ରାଧିକ ଯୌତୁକ ଦାବି କରିବାରୁ, ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା

କେରଳ: ଯୌତୁକ ଦାବି ଯୋଗୁଁ ଜୀବନ ହାରିଲେ ୨୬ ବର୍ଷୀୟ ଡାକ୍ତରାଣୀ ।ଡାକ୍ତରୀ ଛାତ୍ରୀ ଜଣକ ଯୌତୁକ ଚାପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ମାମଲାର ତଦନ୍ତ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। 26 ବର୍ଷୀୟ ଶାହାନା ସର୍ଜରୀ(ଅସ୍ତ୍ରୋପଚାର) ବିଭାଗର ପିଜି ଛାତ୍ରୀ ଥିଲେ। ସୂଚନା ଅନୁସାରେ ଡାକ୍ତରୀ ଛାତ୍ରୀ ଜଣକ ନିଜ ଅନୁଷ୍ଠାନର ଜଣେ ପିଜି ଛାତ୍ରଙ୍କୁ ଭଲପାଉଥିଲେ । ତାଙ୍କ ସହ ବିବାହ ପ୍ରସ୍ତାବ ମଧ୍ୟ ପଡିଥିଲା । କିନ୍ତୁ ବିବାହ ପାଇଁ ଭାବି ଶ୍ୱଶୁର ଘର ଲୋକେ ମାତ୍ରାଧିକ ଯୌତୁକ ଦାବି କରୁଥିଲେ । ସୁନା, ଜମି ସାଙ୍ଗକୁ ବିଏମଡବ୍ଲୁ କାର ସହ ଅନ୍ୟାନ୍ୟ ଜିନିଷ ଦେବାକୁ କହିଥିଲେ । କିନ୍ତୁ ଶାହାନାଙ୍କ ପରିବାର ଏହି ଦାବି ପୂରଣ କରିବାରେ ଅସମର୍ଥ ବୋଲି ଜଣାଇଥିଲେ । ପରେ ପୁରୁଷ ବନ୍ଧୁ ମଧ୍ୟ ଦାବି ମୁତାବକ ଯୌତୁକ ନ ଦେଲେ ବିବାହ ହୋଇପାରିବ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ । ଫଳରେ ଚାପଗ୍ରସ୍ତ ହୋଇ ଶାହାନା ଆତ୍ମହତ୍ୟା କରିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking