18.1 C
Bhubaneswar
Saturday, November 23, 2024
Homeଓଡିଶାପଲଙ୍କ ତଳେ ବିଷଧର ଅହିରାଜ

ପଲଙ୍କ ତଳେ ବିଷଧର ଅହିରାଜ

ମୟୂରଭଞ୍ଜ-ନିଶ୍ଚିତ ବିପଦରୁ ବର୍ତ୍ତିଗଲେ ପରିବାର।ତେଣୁ ତୋ କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ, କି କରି ପରେ ବଳବନ୍ତ’। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀ ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତା ଗ୍ରାମରେ। ସ୍ଥାନୀୟ ବାସିନ୍ଦା ଅଶୋକ ମହାପାତ୍ରଙ୍କ ଶୋଇବା ଘର ପଲଙ୍କ ତଳେ ସାପ ଥିବା ଦେଖିବାକୁ ପାଇଥିଲେ। ତେବେ ସାପକୁ ଦେଖି ପରିବାର ଲୋକେ ଭୟଭୀତ ହୋଇ ଯାଇଥିଲେ। ସାପଟିକୁ ଦେଖି ସ୍ଥାନୀୟ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବରପାଇ ବନବିଭାଗ କର୍ମଚାରୀ ସାଙ୍ଗରେ ଅଭିଜ୍ଞ ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଚ୍ଛାୟତଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ବିରାଟକାୟ ବିଷଧର ଅହିରାଜ ଏବଂ ଅଭିଜ୍ଞ ସାପ ଧରାଳି କୃଷ୍ଣଚନ୍ଦ୍ରଙ୍କ ମଧ୍ୟରେ କିଛି ସମୟର କସରତ ପରେ ଅହିରାଜକୁ ଆୟତ୍ତକୁ ନେଇଥିଲେ କୃଷ୍ଣଚନ୍ଦ୍ର। ଆଉ ଭୟମୁକ୍ତ ସହ ଆଶ୍ୱସ୍ତ ହୋଇଥିଲେ ଅଶୋକଙ୍କ ପରିବାର। କୃଷ୍ଣଚନ୍ଦ୍ର ଘର ଭିତରୁ
ଉଦ୍ଧାର କରି ବାହାରକୁ ଆଣିବା ପରେ ୧୪ଫୁଟ ଲମ୍ବ ବିଶିଷ୍ଟ ଅହିରାଜ ସାପକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଗହଳି ଲାଗିଥିଲା । ଶେଷରେ ସାପଟିକୁ ଧରି ସୁରକ୍ଷିତ ଭାବେ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ କୃଷ୍ଣଚନ୍ଦ୍ର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking