ଯାଜପୁର : ୧୯୮୨ ମସିହା ମାର୍ଚ୍ଚ ୨୭ ତାରିଖରେ ନିଳାଚଳ ଇସ୍ପାତ ନିଗମ ଲିମିଟେଡ୍ ପବ୍ଲିକ୍ କମ୍ପାନୀ ନଥିଲା । ସେଇ ଷ୍ଟିଲ୍ ପ୍ଲାଣ୍ଟ୍ ନିର୍ମାଣବେଳେ ପିଲର୍ ପାଇଁ ଗାତଖୋଳିବା ସମୟରେ କ୍ରୋମାଇଟ୍ ବାହାରିଲା । ଏ ଖବର ଗାତ ଖୋଳୁଥିବା ଶ୍ରମିକମାନେ କହିବାରୁ ଖବରନେଲାପରେ ଜଣାଗଲା ଯେ – ଷ୍ଟିଲ୍ ପ୍ଲାଣ୍ଟ୍ ତଳେ କ୍ରୋମାଇଟ୍ ବାହାରୁଛି । ଏ ସମ୍ବାଦ ଗଣମାଧ୍ୟମରେ ପ୍ରକାଶପାଇଲାପରେ ସାରାରାଜ୍ୟରେ ଚହଳ ପଡିଯାଇଥିଲାବୋଲି ବରିଷ୍ଠ ଶ୍ରମିକନେତା ମାୟାଧର ନାୟକ ଏହି ଚାଞ୍ଚଲ୍ୟକର ଖୁଲାସା ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।
ନିଳାଚଳ ଇସ୍ପାତ ନିଗମ ଲିମିଟେଡ୍ କେନ୍ଦ୍ର ଓ ରାଜ୍ୟର ଭାଗୁଆଳରେ ଥିଲା । ଏହି କମ୍ପାନୀ ଷ୍ଟିଲ୍ ପାଇପସ୍ ଏଣ୍ଡ ଟ୍ୟୁବସ୍, ବଏଲର ଟ୍ୟୁବସ୍, ଜି ପାଇପସ୍, ଷ୍ଟେନଲେସ୍ ଷ୍ଟିଲ୍ କିଚେନ୍ ସିଙ୍ଗସ୍, କିଚେନ୍ ସିଙ୍ଗସ୍, ଷ୍ଟେନ୍ଲେସ୍ ଷ୍ଟିଲ୍ ସିଙ୍ଗସ୍, ୱାସ୍ ସିଙ୍ଗସ୍ ଉତ୍ପାଦନକରି ଦେଶବିଦେଶକୁ ବିକ୍ରି କରୁଥିଲା । ଦେଶ ଓ ରାଜ୍ୟରୁ ବହୁ ଉଚ୍ଚପଦସ୍ତ ବୈଷୟିକ ଜ୍ଞାନସଂପନ୍ନ ଅଫିସରକର୍ମଚାରୀ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଟ୍ରେନିଂପ୍ରାପ୍ତ କର୍ମଚାରୀ ଓ ସୁକିନ୍ଦା ଅଞ୍ଚଳର ସ୍ଥାନୀୟ ଯୁବକଯୁବତୀମାନେ ଠିକାଦାରଙ୍କ ଅଧିନରେ କୁଲିମଜୁରିଆ କାମକରୁଥିଲେ । ସେତେବେଳେ ମଧ୍ୟ ଟ୍ରେଡ୍ ୟୁନିଅନ୍ ବିବାଦ ଲାଗିରହିବାରୁ ଏହାର ସୁଯୋଗ କମ୍ପାନୀ ନେଇଥିଲା । ମତେ ନିଳାଚଳ ଇସ୍ପାତ ନିଗମ ପରିସରକୁ ଛାଡୁନଥିଲେ । ଦେଶର ବଡବଡ ହସ୍ତିମାନେ ଏଇ କମ୍ପାନୀର ନିର୍ଦ୍ଦେଶକ ଓ ମ୍ୟାନେଜମେଣ୍ଟ ପର୍ସନାଲ ଭାବେ ନରେନ୍ଦ୍ରନ୍ ବିଶ୍ୱନାଥ ଥାଚର୍, କୌଶିକ ଚାଟାର୍ଜି, ଶ୍ରୀକୁମାର ମେନନ୍, ଅଂଶୁମାନ ଦାସ, ରାଜୀବ କୁମାର, ଅର୍ତ୍ରୟୀ ସାନିୟାଲ, ଆଶିଷ ଅନୁପମ୍ ଓ ସୁଧୀର କୁମାର ମେହେତା ୨୦୨୨, ୪ ଜୁଲାଇ ପର୍ଯ୍ୟନ୍ତ ଥିଲେ । ଏହି ୮ ଜଣ ଡାଇରେକ୍ଟର ଓ ୩ଜଣ ମ୍ୟାନେଜମେଣ୍ଟ ପର୍ସନାଲ ୨୯ଟା ଅନ୍ୟ କମ୍ପାନୀରେ ମଧ୍ୟ ଡାଇରେକ୍ଟର ଥିଲେ । ଏମାନଙ୍କ କୁପରିଚାଳନା ଯୋଗୁଁ ନିଳାଚଳ ଇସ୍ପାତ କାରଖାନା କ୍ଷତିରେ ଚାଲିଲା । ତାକୁ ଟାଟା କମ୍ପାନୀ ୨୦୨୨ରେ କିଣିନେଇଗଲା । ସେ ସମୟରେ ମଧ୍ୟ ରୋହିତ ଫେରୋଟେକ୍କୁ କିଣିନେଲା ।
ସଂପ୍ରତି ଟାଟା କମ୍ପାନୀର କଳିଙ୍ଗନଗରକାରଖାନା ନିଳାଚଳଷ୍ଟିଲ୍ପ୍ଲାଣ୍ଟ, ରୋହିତ ଫେରୋଟେକ୍ର ଶ୍ରମିକକର୍ମଚାରୀମାନେ ପୂର୍ବରୁ ଯେଉଁ ଦରମାମଜୁରୀ ପାଉଥିଲେ ତା’ଠାରୁ କମ୍ ଦରମା ଦେଉଛି । ଶ୍ରମ ଆଇନ୍ ଆଦୌ କାମ କରୁନାହିଁ । ଶ୍ରମିକକର୍ମଚାରୀମାନଙ୍କ ମଧ୍ୟରେ ଅଶାନ୍ତିଅସନ୍ତୋଷର ବହ୍ନି ପ୍ରଜ୍ୱଳିତ ହେବାରେ ଲାଗିଛି । ଟାଟା କେବଳ କାରଖାନାକୁ କିଣିନାହିଁ – ସୁକିନ୍ଦା ଖଣି ଅଞ୍ଚଳର ସୁକିନ୍ଦା କ୍ରୋମାଇଟ୍ ଖଣି, ସାରୁଆବିଲ କ୍ରୋମାଇଟ୍ ଖଣି, କମର୍ଦ୍ଦା କ୍ରୋମାଇଟ୍ ଖଣିକୁ ଟେଣ୍ଡରରେ କିଣିନେଇ ଠିକାଦାରଙ୍କ ଦ୍ୱାରା କମ୍ ମଜୁରୀ ପ୍ରଦାନ କରୁଛି । ଯାହା ଜଣାପଡୁଛି କ୍ରୋମାଇଟ୍ ପାଇଁ ସବୁ ବଡବଡ କମ୍ପାନୀମାନେ ପାଗଳ । ଏବେ ବିଶ୍ୱରେ ଖଣିଜସଂପଦର ଚାହିଦା ବୃଦ୍ଧିପାଇଛି । ଚୀନ୍ ପୃଥିବୀ ତଳକୁ ୩୮୦୮ ଫୁଟ୍ ଖୋଳି ଖଣିଜସଂପଦ ଓ ତେଲ ଖୋଜୁଛି । ଆମେରିକା ଚନ୍ଦ୍ରରେ ଯାଇ ଖୋଳାଖୋଳିକରି ଖଣିଜସଂପଦର ସନ୍ଧାନରେ ଅଛି । ସବୁଠୁ ମୂଲ୍ୟବାନ୍ କ୍ରୋମାଇଟ୍ ପୃଥିବୀରେ ବଲ୍ବେରିଙ୍ଗ୍ ଠାରୁ ଆରମ୍ଭକରି ସବୁ ଉତ୍ତାପ ସହିବା ଯନ୍ତ୍ରରେ ଆବଶ୍ୟକ । ଦଧିଚିର ଅସ୍ତି – ଯାହାକୁନେଇ ବଜ୍ର । କ୍ରୋମାଇଟ୍ ହେଉଛି କଳିକାଳର ଦଧିଚି ହାଡ – ଆଧୁନିକ ମାରଣାସ୍ତ୍ରର ପ୍ରସ୍ତୁତିକାରୀ । ୟୁରୋପରୁ ଆରମ୍ଭକରି ଆମେରିକା, ଏସିଆର ସବୁ ଧନକୁବେର ରାଷ୍ଟ୍ରର ନଖଦର୍ପଣରେ ଏବେ ସୁକିନ୍ଦା ଖଣିଅଞ୍ଚଳ । ଚୀନ୍, ଜାପାନ୍ ଚାଟିନେଇଗଲେଣି ସୁକିନ୍ଦା କ୍ରୋମାଇଟର ବହୁଳାଂଶ । ଏସିଆ ମହାଦେଶର କେବଳ ସୁକିନ୍ଦାରେ ୯୬ଭାଗ କ୍ରୋମାଇଟ୍ ଅଛି । ବଉଳାରୁ ସୁକିନ୍ଦା-ଭୂବନ ପର୍ଯ୍ୟନ୍ତ ମାଟି ତଳେତଳେ କ୍ରୋମାଇଟର ଲମ୍ବା ଲାଇନ୍ ଲାଗିଛି ।
ଆମ ସୁକିନ୍ଦା ମାଟିର କ୍ରୋମାଇଟକୁ ଚଞ୍ଚକତାକରି ଶିଳ୍ପପତିମାନେ ଶାସକ-ପ୍ରଶାସକଙ୍କୁ ବହୁ ଅର୍ଥ ଫିଙ୍ଗୁଛନ୍ତି ଏବଂ ବେଆଇନ୍ ଭାବେ, ଚୋରାରେ କ୍ରୋମାଇଟ୍ ସୁକିନ୍ଦାରୁ ପାରାଦ୍ୱୀପ ବନ୍ଦର ବାଟେ ବିଦେଶକୁ ଚାଲିଯାଉଛି । ଏଇସବୁ ଦେଶଦ୍ରୋହୀ କାର୍ଯ୍ୟଚାଲିଲେ ସୁକିନ୍ଦାରୁ ଧୀରେଧୀରେ କ୍ରୋମାଇଟ୍ ସରିଯିବ । ବର୍ମାରେ ଡିଜେଲ ସରିଲାଭଳି ଯେଭଳି ମରୁଭୂମି ପାଲଟିଗଲା – ସେଇଭଳି ସୁକିନ୍ଦା ଦିନେ ‘ଭୂତଳ’ ଅଞ୍ଚଳରେ ପରିଣତ ହେବ । ଅଳ୍ପ ଖୁଲାସା ହେଲା । ପୁରା ଖୁଲାସା ହେଲେ ବେହୋସ୍ ହୋଇଯିବ ସାରାଦୁନିଆ । ତେଣୁ ଭାରତୀୟ ଭୂତତ୍ତ୍ୱ ସର୍ଭେ (ଜି.ଏସ୍.ଆଇ.)ର ଏକ ଉଚ୍ଚତଦନ୍ତକାରୀ ଦଳ ନିଳାଚଳ ଷ୍ଟିଲ୍ ପ୍ଲାଣ୍ଟ ଅଞ୍ଚଳରେ ବୋରିଙ୍ଗ କରନ୍ତୁ । ଯଦି ପ୍ରମାଣ ମିଳିଯାଏ – ତା’ହେଲେ ନିଳାଚଳ ଷ୍ଟିଲ ପ୍ଲାଣ୍ଟକୁ ଟାଟା କବାଡିଆମାନଙ୍କୁ ବିକିଦିଅନ୍ତୁ । ଏହି ଖୁଲାସାର ସଠିକ୍ ତଦନ୍ତ କରାଯାଇ ଦେଶବାସୀଙ୍କୁ ସତ୍ୟ କ’ଣ ଜଣାଯାଉବୋଲି ଶ୍ରୀ ନାୟକ ଦାବୀ କରିଛନ୍ତି ।