25.1 C
Bhubaneswar
Sunday, September 15, 2024
Homeଓଡିଶା୨୪ ଘଣ୍ଟାରେ ବାଙ୍କୀରେ ସର୍ବାଧିକ ବର୍ଷା

୨୪ ଘଣ୍ଟାରେ ବାଙ୍କୀରେ ସର୍ବାଧିକ ବର୍ଷା

କଟକ : ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ସାରା ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା । ତେବେ ଗତ ୨୪ ଘଣ୍ଟାରେ କଟକ ବାଙ୍କୀ​‌ରେ ସର୍ବାଧିକ ୩୧୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଭାପୁରରେ ୨୧୦ ମିମି , ବେଗୁନିଆରେ ୧୯୬, ବୀରମହାରାଜପୁରରେ ୧୪୭, ହିନ୍ଦୋଳରେ ୧୪୪ ମିମି ବର୍ଷା ରେକର୍ଡ ହୋଇଛି। ସେପଟେ ଆଜି ସକାଳ ୮ଟା ୩୦ ଯାଏଁ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦେଖି ୨୭ଟି ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଥିଲା। ଆଜି ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଏବଂ ୧୮ ଜିଲ୍ଲାକୁ ୟେଲୋ ସତର୍କତା ଜାରି କରିଛି ପାଣିପାଗ ବିଭାଗ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର , ନୟାଗଡ, କଟକ , ବୌଦ୍ଧ , ଅନୁଗୁଳ, ସୁନ୍ଦରଗଡ ଏବଂ ଝାରସୁଗୁଡା ପାଇଁ ଅରେଞ୍ଜ ସତର୍କତା ଜାରି କରାଯାଇଛି। ସେପଟେ ପୁରୀ, ଖୋର୍ଦ୍ଧା , ଢେଙ୍କାନାଳ, ଯାଜପୁର , ବାଲେଶ୍ଵର, ଭଦ୍ରକ କେନ୍ଦ୍ରପଡା ଆଦି ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking