27.1 C
Bhubaneswar
Sunday, May 11, 2025
Homeଦେଶ ବିଦେଶପ୍ରେମିକର ପ୍ରତାରଣା ସହ୍ୟ ନକରି ତୁନିଶା ଜୀବନ ହାରିଥିବା କଥା କହିଲେ ମା’ବନିତା

ପ୍ରେମିକର ପ୍ରତାରଣା ସହ୍ୟ ନକରି ତୁନିଶା ଜୀବନ ହାରିଥିବା କଥା କହିଲେ ମା’ବନିତା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଇଗାଓଁରେ ଚାଲିଥିବା ସୁଟିଂ ସେଟରେ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଥିବା ନେଇ ଗତ ଶନିବାର ଖବର ଆସିଥିଲା । ଏହି ଖବର ଶୁଣିବା ପରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳି ଯାଇଥିଲା । ତୁନିଶାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ଏବେ ତୁନିଶାଙ୍କ ଆତ୍ମହତ୍ୟାକୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ତାଙ୍କ ମାଆ ବନିତା । ସେ କହିଛନ୍ତି ଯେ ତାଙ୍କ ଝିଅକୁ କୋ-ଷ୍ଟାର ସିଜାନ୍ ଖାନ୍ ଧୋକା ଦେବାରୁ ସେ ଆତ୍ମହତ୍ୟା କରିଛନ୍ତି । ସେ ତାଙ୍କ ଝିଅକୁ ପ୍ରେମ କରିବାର ଅଭିନୟ କରି ତାଙ୍କୁ ବ୍ୟବହାର କରି ପରବର୍ତ୍ତୀ ସମୟରେ ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀଙ୍କ ମାଆ । ବନିତା ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇକୁ ତାଙ୍କର ବୟାନ ଦେଇ କହିଛନ୍ତି ଯେ ସିଜାନ୍ ଖାନ୍ ତାଙ୍କ ଝିଅ ବ୍ୟତୀତ ଅନ୍ୟ ଯୁବତୀଙ୍କ ସହ ବି ସଂପର୍କରେ ଥିଲେ ।

ଯାହାକୁ ସହ୍ୟ ନକରିପାରି ତୁନିଶା ଜୀବନ ହାରିଛନ୍ତି । ତୁନିଶାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ସେ ପରେ ସେହି କଥାରୁ ଓହରିଯିବାରୁ ତୁନିଶା ଖୁଭ୍ ଭାଙ୍ଗି ପଡ଼ିଥିବା ତାଙ୍କ ମାଆ କହିଛନ୍ତି । ତେବେ ମାତ୍ର ୨୦ବର୍ଷ ବୟସରେ ତୁନିଶା ଆତ୍ମହତ୍ୟା କରିବେ ଏହି ଖବରକୁ କେହି ବିଶ୍ୱାସ କରି ପାରୁ ନାହାନ୍ତି । ଏହାରି ଭିତରେ ତୁନିଶାଙ୍କ ଆସିଥିବା ବ୍ୟବଚ୍ଛେଦ ରିପୋର୍ଟ କହୁଛି, ତାଙ୍କ ଶ୍ୱାସରୁଦ୍ଧ ହୋଇଯାଇଥିବା ହେତୁ ମୃତ୍ୟୁ ହୋଇଛି । ଅର୍ଥାତ ଫାଶୀ ଲଗାଇବା ପରେ ସେ ନିଶ୍ୱାସ-ପ୍ରଶ୍ୱାସ ନନେଇ ପାରିବାରୁ ପ୍ରାଣବାୟୁ ଉଡି ଯାଇଥିବା କୁହାଯାଉଛି । ଏଥିସହିତ ତାଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ଚିହ୍ନ ବି ନାହିଁ । ତୁନିଶାଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରେ ସେ ଅନ୍ତସତ୍ତ୍ୱା ଥିବା ନେଇ କେତେଜଣ କହୁଥିବା ବେଳେ ପୁଲିସ ଏହାକୁ ଖଣ୍ଡନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking