କଟକ: ପ୍ରକାଶ ପାଇଲା ମାଟ୍ରିକ ଫଳାଫଳ । ଗଣଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ରେଜଲ୍ଟ ପ୍ରକାଶ ପାଇଛି । ମାଟ୍ରିକ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ମନ୍ତ୍ରୀ । ୧୮୧୨ ଜଣ ଏ୧ ଗ୍ରେଡ, ଏ୨ ୧୨ ହଜାର ୨୦୦, ବି୧ ୩୮ ହଜାର ୮୩୧ ଜଣ ରଖିଛନ୍ତି । ୨ ଲକ୍ଷ ୪୦ ହଜାର ୨୫୧ ପୁଅ ପାସ କରିଛନ୍ତି । ୨ ଲକ୍ଷ ୪୪ ହଜାର ୬୧୨ ଝିଅ ପାସ କରିଛନ୍ତି । ୫ ଲକ୍ଷ ୨ ହଜାର ୪୧୭ ପରୀକ୍ଷା ଦେଇଥିଲେ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି । ଚଳିତ ଥର ପାସହାର ୯୪.୩ ପ୍ରତିଶତ ରହିଛି । ୪ ଲକ୍ଷ ୮୪ ହଜାର ୮୬୩ ଜଣ ପାସ କରିଛନ୍ତି । ୧୭ ହଜାର ୩୮୪ ଜଣ ଫେଲ ହୋଇଛନ୍ତି । ଚଳିତ ଥର ମାଟ୍ରିକ ପରୀକ୍ଷା ୫ ଲକ୍ଷ ୨ ହଜାର ୪୧୭ ଜଣ ପରୀକ୍ଷା ଦେଇଥିଲେ । ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀ ମାନେ ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.in ଏବଂ www.orissaresults.nic.in ରେ ନିଜ ନିଜର ପରୀକ୍ଷାଫଳ ଦେଖିପାରିବେ । ରୋଲ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ୱେବସାଇଟ୍ରେ ଫଳାଫଳ ଯାଞ୍ଚ କରିପାରିବେ ଛାତ୍ରଛାତ୍ରୀ । ଏହା ସହିତ, ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ସୁବିଧା ବୋର୍ଡ ପକ୍ଷରୁ ଉପଲବ୍ଧ କରାଯିବ । ଯେଉଁମାନେ ଫଳାଫଳ ନେଇ ଅସନ୍ତୁଷ୍ଟ ହେବେ । ସେମାନେ ପୁନଃ ମୂଲ୍ୟାୟନ କିମ୍ବା ପୁନଃଯାଞ୍ଚ ପାଇଁ ଆବେଦନ କରିପାରିବେ ।