ବେଜିଂ: ଚୀନର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ସିଚୁଆନ୍ ପ୍ରଦେଶରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କର ମୃତ୍ୟୁ ଘଟିଛି । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଜୁନ୍ ୩ ସକାଳେ ଲେଶାନ୍ ସହର ନିକଟ ଜିଙ୍କୋହେରେ ଥିବା ଭାନିକି ଷ୍ଟେସନ ଉପରେ ପାହାଡ଼ର କିଛି ଅଂଶ ଭୁଶୁଡି ପଡିଥିଲା । କହି ରଖୁଛୁ, ଏଠାରେ ସପ୍ତାହେ ଧରି ପ୍ରବଳ ବର୍ଷା ଲାଗିରହିଛି ।
ରିପୋର୍ଟ ମୁତାବକ, ଘଟଣାସ୍ଥଳରେ ୧୮୦ରୁ ଅଧିକ ଯବାନ ମୁତୟନ ରହି ପଥର ଗଦାରେ ପୋତି ହୋଇଥିବା ଲୋକଙ୍କୁ ଖୋଜିବାରେ ଲାଗିଛନ୍ତି । ଶନିବାର ଏହି ଘଟଣା ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ରବିବାର ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା । ତେବେ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତି ଜିଙ୍କୟୁଆନ ମାଇନିଂ କମ୍ପାନୀର କର୍ମଚାରୀ ଥିଲେ । ଯେଉଁଠାରେ ଏହି ଭୂସ୍ଖଳନ ହୋଇଥିଲା, ତାହା ଅତ୍ୟନ୍ତ ଅସୁରକ୍ଷିତ ଜାଗା ବୋଲି ଜଣାଯାଇଥାଏ । ଏହା ବ୍ୟତୀତ ଇଞ୍ଜିନିୟରିଂ ପ୍ରକଳ୍ପ ଏବଂ ଖନନ କାର୍ଯ୍ୟ ଯୋଗୁ ଏଠାରେ ବଡ଼ ଧରଣର ଭୂସ୍ଖଳନ ଘଟିଥାଏ । ଚୀନ୍ରେ ଭୂସ୍ଖଳନର ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ମଧ୍ୟ ଉତ୍ତର ଚୀନ୍ରେ ଏକ କୋଇଲା ଖଣିରେ ଭୂସ୍ଖଳନ ହୋଇଥିଲା, ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା ।