26.1 C
Bhubaneswar
Friday, July 4, 2025
Homeଦେଶ ବିଦେଶଅରୁଣାଚଳ ପ୍ରଦେଶର ଇଟାନଗରରେ ଭୟାବହ ଅଗ୍ନିକାଣ୍ଡ; ଜଳି ପାଉଁଶ ହୋଇଗଲା ୭୦୦ ଦୋକାନ

ଅରୁଣାଚଳ ପ୍ରଦେଶର ଇଟାନଗରରେ ଭୟାବହ ଅଗ୍ନିକାଣ୍ଡ; ଜଳି ପାଉଁଶ ହୋଇଗଲା ୭୦୦ ଦୋକାନ

ଇଟାନଗର: ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟସ୍ଥ ନହରାଲାଗୁନ ଦୈନିକ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଭୟାବହ ଅଗ୍ନିକାଣ୍ଡରେ ପ୍ରାୟ ୭ଶହ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ ଦୋକାନଗୁଡ଼ିକ ବାଉଁଶ ଓ କାଠରେ ତିଆରି ହୋଇ ଶୁଖିଲା ଦ୍ରବ୍ୟରେ ଭର୍ତି ହୋଇଥିବାରୁ ନିଆଁ ଶୀଘ୍ର ବ୍ୟାପିଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କା କ୍ଷତି ହୋଇଥିବାର ଆଶଙ୍କା କରାଯାଉଛି। ଦୀପାବଳି ପାଇଁ ଫୁଟାଯାଇଥିବା ବାଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମାତ୍ର ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା କଥା କହିଛି ପୋଲିସ । ଆଜି ଭୋରରୁ ପ୍ରାୟ ଦୁଇଟି ଦୋକାନରେ ନିଆଁ ଲାଗିଯାଇଥିଲା । ହେଲେ ଏହି ନିଆଁ ଏତେ ଭୟଙ୍କର ରୂପ ନେଇଥିଲା କି, ଆଖି ପିଛୁଳାକେ ନିଆଁ ଅନ୍ୟ ଦୋକାନକୁ ବ୍ୟାପିଥିଲା । ଭୋରରୁ ନିଆଁ ଲାଗିଥିବାରୁ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking