ଭୁବନେଶ୍ୱର: ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଚିଟ୍ଫଣ୍ଡ୍ ସଂସ୍ଥା ମାସ୍ ଇନ୍ଫ୍ରା ରିୟଲିଟି ଲିଃ.ର ନିର୍ଦ୍ଦେଶକ ତପନ ସାମନ୍ତଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ । ୨୦୧୦ରେ ଠକେଇ ଅଭିଯୋଗ ହେବା ପରଠୁ ସେ ଫେରାର୍ ଥିବା ବେଳେ ମଙ୍ଗଳବାର କୋଲକାତାରୁ କ୍ରାଇମ୍ବ୍ରାଞ୍ଚ ତାଙ୍କୁ ଗିରଫ କରିଛି । ସେଠାରୁ ଟ୍ରାନ୍ଜିଟ୍ ରିମାଣ୍ଡରେ ଆଣି ତାଙ୍କୁ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି । ସୂଚନାନୁସାରେ ବାଲେଶ୍ୱରରେ ଏହି ସଂସ୍ଥା ପକ୍ଷରୁ ଚିଟ୍ଫଣ୍ଡ୍ ଜରିଆରେ ହିତାଧିକାରୀଙ୍କ ଠାରୁ ୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି ।