20.1 C
Bhubaneswar
Thursday, November 21, 2024
Homeଅପରାଧନାବାଳକ ପ୍ରେମରେ ପାଗଳ ଦୁଇ ସନ୍ତାନର ମା’.... ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ....

ନାବାଳକ ପ୍ରେମରେ ପାଗଳ ଦୁଇ ସନ୍ତାନର ମା’…. ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ଭୁବନେଶ୍ୱର : ବାପ ଘରକୁ ଯିବାକୁ କହି ସ୍ୱାମୀଙ୍କୁ ୩୦୦ ଟଙ୍କା ମାଗିଲେ । ଆଉ ତା’ପରେ ନାବାଳକ ପ୍ରେମିକ ସହ ଛୁ ମାରିଲେ ମହିଳା । ଏଭଳି ଏକ ଚାଞ୍ଚଲ୍ୟକର ଖବର ମୟୂରଭଞ୍ଚ ଜିଲ୍ଲା କରଞ୍ଜିଆ କଚେରି ଗାଁରୁ ଆସିଛି । ଜଣେ ୩୫ ବର୍ଷିୟା ମହିଳା ନିଜ ପ୍ରେମିକ ସହ ଫେରାର ଥିବାରୁ ସ୍ୱାମୀଙ୍କ ହାତରେ ଧରା ପଡିଥିଲେ । ତାଙ୍କୁ ତାଙ୍କ ସ୍ୱାମୀ ଯେତେ ବୁଝାଇଥିଲେ ସୁଦ୍ଧା ସେ ତାଙ୍କ ପ୍ରେମିକକୁ ଛାଡି ଯିବାକୁ ସିଧା ସିଧା ମନା କରିଥିଲେ । ଏପରିକି ମହିଳାଙ୍କୁ ସେଠାରେ ଥିବା ଅନ୍ୟ କେତେକ ମହିଳା ଆସି ବୁଝାଇଥିଲେ ସୁଧା ସେ ମାନିନଥିଲେ । ସୂଚନା ଅନୁଯାୟୀ, ଧଳାବାଣି ପଞ୍ଚାୟତର ଜଣେ ବିବାହିତା ମହିଳା ବଡ଼ଦେଉଳି ଗାଁର ଜଣେ ନାବାଳକକୁ ପ୍ରେମ କରୁଥିଲେ । ତେବେ ସେ ତାଙ୍କ ସ୍ୱାମୀଙ୍କୁ ବାପା ଘରକୁ ଯିବାକୁ କହି ପଇସା ମାଗିଥିଲେ । ଏହା ପରେ ସେ ବାପ ଘରକୁ ନଯାଇ ନାବାଳକ ସହ ଚମ୍ପଟ ମାରିଥିଲେ । ପରେ ସ୍ୱାମୀ ତାଙ୍କ ଶ୍ୱଶୁରଙ୍କୁ ଫୋନ କରିବାରୁ ମହିଳାଜଣକ ସେଠାରେ ପହଞ୍ଚି ନଥିବା ତାଙ୍କ ଶ୍ୱଶୁର କହିଥିଲେ । ଏହା ପରେ ମହିଳାଙ୍କ ସ୍ୱାମୀ ବ୍ୟସ୍ତ ହେବା ସହ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ ତାଙ୍କ ସ୍ତ୍ରୀ ବଡ଼ଦେଉଳି ଗ୍ରାମର ଜୈନିକ ନାବାଳକକୁ ଧରି ଫେରାର ହେବା ସହ ସାହାରପଡ଼ାରେ ଲୁଚିଥିଲେ । ଉଭୟ ନାବାଳକଙ୍କ ପରିବାର ଓ ମହିଳାଙ୍କ ସ୍ୱାମୀ ତାଙ୍କୁ ସେଠାରୁ ବୁଝାସୁଝା କରି ଥାନାକୁ ଆଣିଥିଲେ । କଚେରି ପରିସରରେ ପହଞ୍ଚିବା ପରେ ମଧ୍ୟ ମହିଳା ଜଣକ ନାବାଳକକୁ ଛାଡ଼ୁ ନଥିଲେ । ଯାହାକୁ ଦେଖି ଉଭୟ ପକ୍ଷ ମହିଳାଙ୍କୁ ଥାନାକୁ ଯିବାକୁ କହିବା ସତ୍ତ୍ୱେ ସେ ନଛାଡ଼ିବାରୁ ଉଭୟ ପକ୍ଷର ମହିଳାମାନେ ବଳପୂର୍ବକ ମହିଳାଙ୍କ ଠାରୁ ନାବାଳକକୁ ଅଲଗା କରିଥିଲେ । ସେପଟେ ଏହି ଘଟଣା ପରେ ଏବେ ମହିଳାଙ୍କ ସ୍ୱାମୀ ତାଙ୍କୁ ଗ୍ରହଣ କରିବାକୁ ଏବେ ନାରାଜ ଥିବାବେଳେ ନାବାଳକ ପିଲାକୁ ଘର ଲୋକ ବୁଝାସୁଝା କରି ଘରକୁ ନେଇଥିବା ଜଣାଯାଇଛି । ମହିଳାଙ୍କ ୨ଟି ସନ୍ତାନ ଜଣେ ୧୩ ବର୍ଷ ଓ ଅନ୍ୟ ଜଣେ ୭ ବର୍ଷର ଥିବା ସ୍ୱାମୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking