ନୂଆଦିଲ୍ଲୀ: ଆମେ ଯେମିତି ଭୂପୃଷ୍ଠରେ ରହିଛେ, ସେହିଭଳି ସମୁଦ୍ର ପାଣିରେ ଏକ ଭୂପୃଷ୍ଠ ରହିଛି । ହେଲେ ତା ମଧ୍ୟରେ ଅନେକ ଖାଇ ରହିଛି । ଅନେକ ସ୍ଥାନ ଗଭୀର ଥିବା ବେଲେ ଆଉ କିଛି କମ ଗଭୀର ବି ଅଛି । ମାରିଆନା ଟ୍ରେଂଚ ର ଆକାର ଦେଖିବାକୁ ଅର୍ଦ୍ଧ ଚନ୍ଦ୍ର ଭଳି । ଏହାର ଲମ୍ବା ୨୫୦୦ କିଲୋମିଟର ଏବଂ ଚଉଡା ହେଉଛି ୬୯ କିଲୋମିଟର । ସେତିକି ଏରିଆରେ କେବଳ ଖାଇ ହିଁ ଖାଇ । ହେଲେ ଏହାଠାରୁ ସବୁଠୁ ଅଧିକ ଖାଇ ହେଉଛି ଚ୍ୟାଲେଂଜର ଡିପ୍ । ଏହା କେବଳ ମାରିଆନା ଟ୍ରେଂଚ ସମୂହ ନୁହେଁ ବରଂ ସମଗ୍ର ଦୁନିଆର ଗଭୀରତମ ଖାଇ । ଏହି ଖାଇ ମଧ୍ୟରେ ଅନେକ ରହସ୍ୟ ଲୁଚି ରହିଛି ।
୧୮୭୫ ମସିହାରେ ବ୍ରିଟିସ ଲୋଗୋର ଏକ ଜାହାଜ ଏଚଏମଏସ ଚାଲେଂଜର ସମୁଦ୍ରରେ ଅଭ୍ୟାସ ଯାତ୍ରା କରୁଥିଲା । ହେଲେ ରାସ୍ତାରେ ସେମାନଙ୍କୁ ଏକ ଖାଇ ମିଳିଥିଲା । ସେତେବେଳେ ଯେହେତୁ ଅଧିକ ଟେକ୍ନୋଲୋଜି ନଥିଲା, ସେଥିପାଇଁ ସେହି କାଇକୁ ମାପିବା ପାଇଁ ସେମାନେ ଏକ ରସି ବ୍ୟବହାର କରିଥିଲେ । ମାପିବା ପରେ ଯେଉଁ ଗଭୀରତା ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ଚକିତ କରି ରଖିଦେଲା । ଏହି ଗଭୀରତା ପ୍ରାୟ ୮ କିମି ଭଳି ଥିଲା । ଏହି ଖାଇକୁ ଯେଉଁ ଜାହାଜ ସନ୍ଧାନ କରିଥିଲା, ସେହି ନାମରେ ଏହି ଖାଇର ନାମ ବି ରଖାଗଲା ଚ୍ୟାଲେଂଜର ଡିପ୍ । ପରେ ୧୯୫୧ ମସିହାରେ ବି ବ୍ରିଟିଶ ଲୋଗୋର ଆଉ ଏକ ଜାହାଜ ସମୁଦ୍ର ଅଭ୍ୟାସ ପାଇଁ ଆସିଲା । ନୂଆ ଟେକ୍ନୋଲୋଜୀ ସହିତ ତାକୁ ମପା ଯାଇଥିଲା । ହେଲେ ପୂର୍ବଥର ଅପେକ୍ଷା ଗଭୀରତା ଆହୁରି ଅଧିକ ପ୍ରାୟ ୧୧ କିମି ପାଖାପାଖି ଥିଲା । ମାୁଣ୍ଟ ଏଭରେଷ୍ଟ, ଯାହା ବିଶ୍ୱର ସବୁଠୁ ଉଚ୍ଚ ପର୍ବତ, ସେଠାକୁ ଏପର୍ଯ୍ୟନ୍ତ ହଜାରେ ଜଣ ପହଂଚି ସାରିଲେଣି । ହେଲେ ଦୁନିଆର ସବୁଠୁ ଗଭୀର ଖାଇ ଚ୍ୟାଲେଜଂର ଡିପକୁ ଏଯାଏଁ କେବଳ ୩ ଜଣ ହିଁ ପହଂଚି ପାରିଛନ୍ତି । ପ୍ରଥମେ ୧୯୬୦ ମସିହାରେ ଜ୍ୟାକ୍ସ ପିକକାର୍ଡ ଓ ଡନ ବାଲ୍ସ ନାମକ ଦୁଇ ବ୍ୟକ୍ତି ଏହି ଗଭୀରତମ ଖାଇକୁ ଯାଇଥିଲେ । ୫ ଘଣ୍ଟା ଯାତ୍ରା ପରେ ଶେଷରେ ସେ ଚ୍ୟାଲେଂଜର ଡିପର ଅନ୍ତିମ ଶିଖରରେ ପହଂଚିଥିଲେ । ସେଠାରେ ସେମାନେ ୨୦ ମିନିଟ ଭଳି ସମୟ ବିତାଇଥିଲେ । ହେଲେ ଅଧିକ ଅନ୍ଧାର ଓ ଧୂଳି କାରଣରୁ କିଛି ରେକର୍ଡ କରିପାରିନଥିଲେ । ହଲିଉଡର ଜମେ ଡାଇରେକ୍ଟର ଜେମସ କାମରନ ୨୦୧୨ରେ ନିଜ ଡିଜାଇନ କରିଥିବା ସବମରିନ ସାହାଯ୍ୟରେ ଚ୍ୟାଲେଂଜର ଡିପର ଶେଷ ପର୍ଯ୍ୟନ୍ତ ଯାଇଥିଲେ ।