ମାଲକାନଗିରି : ମାଓବାଦୀମାନେ ନିଜର ରଣନୀତି ବଦଳାଇ ବୋତଲକୁ ବୋମା ଭାବେ ବ୍ୟବହାର କରୁଛନ୍ତି। ସେମାନେ ଏହା ମାଧ୍ୟମରେ ଯବାନମାନଙ୍କୁ ଟାର୍ଗେଟ କରୁଛନ୍ତି ।ସେମାନେ ବୋତଲ ଭିତରେ ଆଇଇଡି ଖଞ୍ଜି ତାକୁ ଯବାନ ଯିବାଆସିବା କରୁଥିବା ରାସ୍ତାର ଅବା ଅପରେସନ କରୁଥିବା ମାଟି ତଳେ ପୋତି ଦେଉଛନ୍ତି। ସୁକୁମା ବିଜାପୁର ଅଞ୍ଚଳରୁ ବାରମ୍ଵାର ଏପରି ବୋତଲ ବୋମା ଜବତ ହବା ଘଟଣା, ସୁରକ୍ଷାକର୍ମୀଙ୍କ ଚିନ୍ତା ବଢାଇ ଦେଇଛି । କାରଣ ଏହା ମେଟାଲ ଡିଟେକ୍ଟରରେ ଅତି ସହଜରେ ଧରା ପଡୁନାହିଁ । ପୂର୍ବରୁ ଏହି ବୋତଲକୁ ପେଟ୍ରୋଲ ବୋମା ଭାବେ ବ୍ୟବହାର କରୁଥିଲେ ମାଓବାଦୀ । ତେବେ ବିଜାପୁର ଜଙ୍ଗଲରୁ ଏହି ବୋତଲ ବୋମା ଜବତ ହେବା ପରେ ଏହାକୁ ନଷ୍ଟ କରିଛନ୍ତି ଯବାନ ।