ବରଗଡ଼: ଦୀର୍ଘଦିନ ର ନିରବତା ପରେ ବରଗଡ ଜିଲ୍ଲାରେ ପୁଣି ମାଓବାଦୀଙ୍କ ଗତିବିଧି ର ଝଲକ ଆସିଛି । ଜିଲ୍ଲା ର ପାଇକମାଳ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଓ ଜାମସେଠ ଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି I ଏହି ପୋଷ୍ଟର ରେ ୨୮ଜୁଲାଇ ଠୁଁ ୩ ଅଗଷ୍ଟ ଯାଏଁ ଅଂଚଳ ରେ ସହିଦ ଦିବସ ପାଳନ କରିବାକୁ ମାଓ ସଂଗଠନ ତରଫରୁ ଅନୁରୋଧ କରାଯାଇଛି I ଏଥିସହିତ ପୋଷ୍ଟର ରେ ଜନପ୍ରତିନିଧି,ଠିକାଦାର ସାଜି ଜେସିବି ରେ କାମ କରୁଥିବା ତଥା ଦୁର୍ନୀତି କରୁଥିବା ବିଷୟରେ ଅନେକ କିଛି ବିଷୟରେ ଉଲ୍ଲେଖ କରାଯାଇଛି I ପୋଷ୍ଟର ତଳେ ବଲାଙ୍ଗୀର ବରଗଡ ମହାସମୁନ୍ଦ ଡିଭିଜନ କମିଟି କଥା ଲେଖା ହୋଇଛି I ବରତୁଣ୍ଡା ଠାରେ ଏକ ସିଆରପିଏଫ କ୍ୟାମ୍ପ ଅଛି ଏବଂ ଅଳ୍ପ କିଛି ମିଟର ଦୂରରେ ଏହି ପୋଷ୍ଟର ଲାଗିଥିବା ଯୋଗୁଁ ଅଂଚଳ ରେ ଏକ ଭୟ ର ବାତାବରଣ ସୃଷ୍ଟି ହୋଇଛି Iଅପରପକ୍ଷରେ ଘଟଣା କୁ ନେଇ ପୋଲିସ ତନାଘନା କରୁଥିବା ଜଣାପଡିଛି ।ମାତ୍ର ଏଯାଏଁ ପୋଲିସ ତରଫରୁ ଗଣମାଧ୍ୟମ କୁ କିଛି ସୂଚନା ଦିଆଯାଇ ନାହିଁ ।