17.1 C
Bhubaneswar
Saturday, January 4, 2025
Homeଦେଶ ବିଦେଶମଣିପୁର ହିଂସା :  ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ବିରେନ ସିଂ

ମଣିପୁର ହିଂସା :  ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ବିରେନ ସିଂ

ନୂଆଦିଲ୍ଲୀ : ଜାତି ହିଂସା ପାଇଁ  ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ।  ୨୦୨୪ ବର୍ଷର ଶେଷ ଦିନରେ  ରାଜଧାନୀ  ଇମ୍ଫାଲରେ  ଏକ ସାମ୍ବାଦିକ ସମ୍ମିଳନୀରେ   ସମସ୍ତ ସମ୍ପ୍ରଦାୟକୁ ଅତୀତରେ ଭୁଲକୁ ଭୂଲି ଏକାଠି ରହିବାକୁ କହିଛନ୍ତି । ଗତବର୍ଷ  ମେ ମାସରେ  ଆରମ୍ଭ ହୋଇଥିବା  ଏହି ହିଂସାରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।  ସେଠାରେ ହଜାର ହଜାର ଲୋକ ଭୁମିହୀନ ହୋଇଯାଇଛନ୍ତି ।  ତେଣୁ ମଣିପୁରରେ ଶାନ୍ତି ଫେରି ଆସୁ ବୋଲି କହିଛନ୍ତି । ରାଜ୍ୟରେ ମାସ ମାସ ଧରି ଅଶାନ୍ତ ଦେଖାଦେବାରୁ  ବିରୋଧୀ ଦଳ ସିଏମ ସିଂଙ୍କ ଇସ୍ତଫା ପାଇଁ ଦାବି କରିଥିଲେ ।  ସିଏମ ସିଂ କହିଛନ୍ତି । ପୂର୍ୱ ଅପେକ୍ଷା ଏବେ ରାଜ୍ୟର ସୁଧାର ଆସିଛି ।  ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି   ବିସ୍ଥାପିତ ହୋଇଥିବା  ୨୦୫୮  ପରିବାରକୁ   ଘର ଦିଆଯାଇଛି ।   ରାଜ୍ୟ ସରକାରୀ କର୍ମଚାରୀଙ୍କ  ପ୍ରିୟତା ଭତ୍ତାକୁ  ୩୨ ପ୍ରତିଶତ ରୁ ୩୯ ପ୍ରତିଶତ କୁ ବୃଦ୍ଧି କରାଯିବ ବୋଲି କୁହାଯାଇଛି ।  ସେ କହିଛନ୍ତି  ଅନେକ ଯୋଜନା ଅଧୀନରେ  ହିଂସା ଦ୍ୱାରା ପ୍ରଭାବିତ  ବିସ୍ଥାପିତ  ଲୋକଙ୍କୁ ସରକାର  ପ୍ରାଥମିକତା  ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking