33.1 C
Bhubaneswar
Thursday, June 5, 2025
Homeଦେଶ ବିଦେଶମଣିପୁର ବିଚ୍ଛିନ୍ନତାବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ପାଇଁ ଲୋକଙ୍କୁ ମାନବ ଢାଲ ଭାବେ...

ମଣିପୁର ବିଚ୍ଛିନ୍ନତାବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ପାଇଁ ଲୋକଙ୍କୁ ମାନବ ଢାଲ ଭାବେ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି: ସେନା

ନୂଆଦିଲ୍ଲୀ: ହିଂସା ପ୍ରଭାବିତ ମଣିପୁରରେ ଆକ୍ରମଣ ଓ ବିନାଶ ଘଟାଇବା ପାଇଁ ମହିଳା ଓ ଶିଶୁଙ୍କ ସମେତ ନିରୀହ ଲୋକଙ୍କୁ ମାନବ ଢାଲ ଭାବେ ବ୍ୟବହାର କରିବା ପାଇଁ ବିଚ୍ଛିନ୍ନତାବାଦୀମାନେ ଏକ ଘୃଣ୍ୟ ଷଡ଼ଯନ୍ତ୍ର ରଚନା କରିଛନ୍ତି। ତେବେ, ବିଚ୍ଛିନ୍ନତାବାଦୀମାନଙ୍କର ଏହି ଘୃଣ୍ୟ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ଭାରତୀୟ ସେନା।

ମେ’ ୨୮ ତାରିଖରେ ଭାରତୀୟ ସେନାର ସ୍ପିୟର କର୍ପସ ପକ୍ଷରୁ କରାଯାଇଥିବା ଏକ ଟୁଇଟ୍‌ରୁ ଜଣାପଡ଼ିଛି ଯେ ମଣିପୁରର ଗାଁ ଓ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ସମୟରେ ବିଚ୍ଛିନ୍ନତାବାଦୀମାନେ ମାନବ ଢାଲ ବ୍ୟବହାର କରିବାକୁ ଯୋଜନା କରୁଥିବାର ପର୍ଦ୍ଦାଫାସ ହୋଇଥିଲା। ନିରୀହ ନାଗରିକମାନଙ୍କୁ ମାନବ ଢାଲ ଭାବେ ବ୍ୟବହାର କରିବା ଏବଂ ସୁରକ୍ଷା ବାହିନୀକୁ ସେମାନଙ୍କ କର୍ତ୍ତବ୍ୟ ପାଳନରୁ ରୋକିବା ପାଇଁ ବିଚ୍ଛିନ୍ନତାବାଦୀଙ୍କ ଏହି ଯୋଜନା ବିଷୟରେ ଏହି ଟୁଇଟ୍‌ରେ କୁହାଯାଇଛି।
ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଯୋଜନା ଅନୁଯାୟୀ, ବିଚ୍ଛିନ୍ନତାବାଦୀମାନଙ୍କର ପାର୍ଟି ‘ଏ’ ଦଳ ’ବି’ ଦଳକୁ ନିର୍ଦ୍ଦେଶ ଓ ସୂଚନା ଦେଉଛି ଯେ ସେମାନଙ୍କୁ ମେ’ ୨୭ ସୁଦ୍ଧା ଏକ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ ଏବଂ ଲୋକଙ୍କୁ ମାନବ ଢାଲ ଭାବେ ବ୍ୟବହାର କରି ଏକ ଗାଁକୁ ଧ୍ୱଂସ କରିବାକୁ ପଡ଼ିବ।
ଅଟକ ହୋଇଥିବା ବିଚ୍ଛିନ୍ନତାବାଦୀମାନଙ୍କର ବୟାନରୁ ଏହା ମଧ୍ୟ ଜଣାପଡ଼ିଥିଲା ଯେ ବିଦ୍ରୋହୀମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ରଶସ୍ତ୍ର ମହଜୁଦ୍‌ ଥିଲା ଏବଂ ସେମାନଙ୍କୁ ଆହୁରି ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ ବୋଲି ଆଶା କରୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking