20.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶମଣିପୁର: ଆଂଶିକ ଇଣ୍ଟରନେଟ୍ ସେବା ଆରମ୍ଭ ପାଇଁ ଆଦେଶ; ମିଜୋରାମରେ କୁକି ସମର୍ଥକଙ୍କ ର‌୍ୟାଲି

ମଣିପୁର: ଆଂଶିକ ଇଣ୍ଟରନେଟ୍ ସେବା ଆରମ୍ଭ ପାଇଁ ଆଦେଶ; ମିଜୋରାମରେ କୁକି ସମର୍ଥକଙ୍କ ର‌୍ୟାଲି

ଇମ୍ଫାଲ୍ : ମଣିପୁରରେ ମେ’ ୩ ତାରିଖରୁ ଜାରି ଜାତିଗତ ହିଂସା ମଧ୍ୟରେ ୮୩ ଦିନ ପରେ ଇଣ୍ଟର୍‌ନେଟ୍ ସେବା ଆଂଶିକ ଭାବେ ଆରମ୍ଭ ପାଇଁ ଆଦେଶ ଜାରି କରାଯାଇଛି । ଅର୍ଥାତ୍ ରାଜ୍ୟରେ ବ୍ରଡ୍‌ବ୍ୟାଣ୍ଡ୍ ସେବା କେତେକ ସର୍ତ୍ତ ସହିତ ଆରମ୍ଭ କରାଯିବ । ଅନ୍ୟପକ୍ଷରେ ମହିଳାଙ୍କ ହତ୍ୟା ଭିଡିଓ ମଣିପୁରର କହି ଭାଇରାଲ୍ କରିଥିବା ଲୋକମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଥିବା ପୁଲିସ କହିଛି । ଏହି ମାମଲାରେ ଜୁଲାଇ ୨୪ରେ କେସ୍ ରୁଜୁ କରାଯାଇଛି ।

ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କେତେକ ଲୋକ ମଣିପୁରରେ ମହିଳାଙ୍କୁ ହତ୍ୟା କରିଥିବା ଭାଇରାଲ୍ ଭିଡିଓରେ କୁହାଯାଇଥିବା ବେଳେ ଏହି ଘଟଣା ମ୍ୟାଁମାରରେ ହୋଇଥିଲା । ରାଜ୍ୟରେ ଶାନ୍ତି ଭଙ୍ଗ ଏବଂ ଦଙ୍ଗା ଉସୁକାଇବା ଭିଡିଓ ପ୍ରସାର କରିବାର ଉଦ୍ଦେଶ୍ୟ ଥିଲା ବୋଲି ପୁଲିସ କହିଛି । ସେପଟେ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ମଣିପୁର ପୁଲିସ ସପ୍ତମ ଅଭିଯୁକ୍ତକୁ ଗିରଫ କରିଛି । ଜୁଲାଇ ୧୯ରେ ଏହି ଘଟଣାର ଭିଡିଓ ଭାଇରାଲ୍ ହୋଇଥିଲା । ସାରା ଦେଶ ସମେତ ବିଦେଶରେ ଏହାର ନିନ୍ଦା କରାଯାଇଛି । ଇତିମଧ୍ୟରେ ମଙ୍ଗଳବାର ମିଜୋରାମରେ କୁକି ସମ୍ପ୍ରଦାୟର ସମର୍ଥନରେ ର‌୍ୟାଲିର ଆୟୋଜନ କରାଯାଇଛି । ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିବା ବେଳେ ଏହାର ସମର୍ଥନରେ ପରିବହନ ସେବାକୁ ବନ୍ଦ ରଖାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ଜୋରାମ୍‌ଥଙ୍ଗା ସରକାରୀ ଅଫିସ୍ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking