24.1 C
Bhubaneswar
Thursday, January 16, 2025
Homeଓଡିଶାମାନସ ସ୍ୱାଇଁ ହତ୍ୟା: ଶର୍ମିଷ୍ଠା ଗିରଫ

ମାନସ ସ୍ୱାଇଁ ହତ୍ୟା: ଶର୍ମିଷ୍ଠା ଗିରଫ

ଭୁବନେଶ୍ୱର/ଭଦ୍ରକ: ବହୁ ଚର୍ଚ୍ଚିତ ସମ୍ପୂର୍ଣ୍ଣ ୱେବ୍ ଚ୍ୟାନେଲ୍‌ର କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସମ୍ପୂର୍ଣ୍ଣ ୱେବ୍ ଚ୍ୟାନେଲ୍‌ର ପ୍ରତିଷ୍ଠାତା ଶର୍ମିଷ୍ଠା ରାଉତଙ୍କ ଗିରଫ ହୋଇଛନ୍ତି । ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରାଯାଇଛି । ଭଦ୍ରକ ଜିଲ୍ଲା ନଳାଙ୍ଗ ଅଞ୍ଚଳରୁ ଉଭୟଙ୍କୁ ସୋମବାର କ୍ରାଇମ୍ ବ୍ରାଞ୍ଚ ଗିରଫ କରିଥିବା ଜଣାପଡ଼ିଛି । ଆଜି ତାଙ୍କୁ ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ଭଦ୍ରକ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯିବ ବୋଲି ଏକ ପ୍ରେସ୍ ବିବୃତ୍ତିରେ ଭଦ୍ରକ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ତାଙ୍କୁ ଏବଂ ଏଥିରେ ଜଡ଼ିତ ନିରଞ୍ଜନଙ୍କ ସମେତ ଅନ୍ୟମାନଙ୍କୁ ୧୦ ଦିନିଆ ରିମାଣ୍ଡ୍‌ରେ ଆଣିବା ପାଇଁ କୋର୍ଟଙ୍କୁ ନିବେଦନ କରାଯିବ ବୋଲି ଜଣାପଡ଼ିଛି ।
ତେବେ ସେ ରାଜ୍ୟ ବାହାରକୁ ଚାଲି ଯାଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏଥିରେ ଜଡ଼ିତ ଅଭିଯୁକ୍ତମାନେ ତଥା ସମ୍ଭ୍ରାନ୍ତ ଶ୍ରେଣୀର ବହୁ ବ୍ୟକ୍ତି ବିଶେଷ ଗିରଫ ହୋଇଯିବା ପରେ ତାଙ୍କ ପାଖରୁ ଅର୍ଥ ବଳ, ଲୋକ ବଳ ଚାଲି ଯିବାରୁ ସେ ଶେଷରେ ଆତ୍ମସମର୍ପଣ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଉଭୟଙ୍କୁ କିଭଳି ଭାବେ ଏବଂ କେଉଁ ପରିସ୍ଥିତିରେ ଗିରଫ କରାଗଲା ସେ ସମ୍ପର୍କରେ ଅପରାହ୍ଣରେ ପୁଲିସ୍ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେବ ବୋଲି କୁହାଯାଉଛି । ଅପରପକ୍ଷେ ଶର୍ମିଷ୍ଠାଙ୍କୁ ଧରିବା ପାଇଁ ରାଜ୍ୟ ବାହାରେ ଦୁଇଟି ଟିମ୍ ଏବଂ ରାଜ୍ୟ ଭିତରେ ତିନୋଟି ଟିମ୍ ଯେଉଁ ଚଢ଼ଉ ଜାରି ରଖିଥିଲା ପ୍ରକୃତରେ ତାହା ସତ୍ୟ କି ମିଥ୍ୟା ତାହା ସ୍ପଷ୍ଟ ହୋଇନି । କାରଣ ସେ ଭଦ୍ରକ ଅଞ୍ଚଳରୁ ଗିରଫ ହେବା ପରେ ଏ ସବୁ ପ୍ରଶ୍ନ ଏବେ ଉଙ୍କି ମାରିଛି । ସେହିପରି କ୍ରାଇମ୍‌ବ୍ରାଞ୍ଚ ରାଜ୍ୟ ବାହାରକୁ ଯାଇ ତଦନ୍ତ କରୁଥିବା ବେଳେ ସେ ଭୟରେ କାଳେ ଶର୍ମିଷ୍ଠା ଭଦ୍ରକ ଫେରି ଆସିଥିଲେ ଏବଂ ତାଙ୍କୁ ସେଠାରୁ ଗିରଫ କରାଯାଇଛି କି, ବୋଲି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଚିପ୍‌କୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ଅଛି କି ନାହିଁ, ତା’ର ମଧ୍ୟ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି ।
ସୂଚନା ଯୋଗ୍ୟ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ଶର୍ମିଷ୍ଠାଙ୍କ ସମେତ ଗିରଫ ହୋଇଥିବା ଅନ୍ୟମାନେ ଏକ କାର୍ ଯୋଗେ ଭଦ୍ରକ ଚାନ୍ଦବାଲିରୁ ଅପହରଣ କରି ଆଣି ମାଡ଼ ମାରିବା ସହ ହତ୍ୟା କରିଥିଲେ । ପରେ ତାଙ୍କ ମୃତଦେହକୁ ସେହି କାର୍ ଯୋଗେ ନୟାଗଡ଼ ଜିଲ୍ଲା ରାଜସୁନାଖଳା ସ୍ଥିତ ବୋଦିପଡ଼ା ନିକଟ ଏକ ପାହାଡ଼ ତଳେ ପୋତି ଦେଇଥିଲେ । ଏ ସମ୍ପର୍କରେ ଅଭିଯୋଗ ହେବା ପରେ ମାନସଙ୍କ ମା’ ଏବଂ ସ୍ତ୍ରୀ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ, ଶର୍ମିଷ୍ଠା ଏବଂ ମନ୍ତ୍ରୀ ଦିବ୍ୟାଙ୍କରଙ୍କ ନାଁରେ ଅଭିଯୋଗ ଉଠାଇଥିଲେ । ବହୁ ବାଦ ବିବାଦ ଏବଂ ତଦନ୍ତ ପରେ ଏହି ମାମଲା କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking