କର୍ଣ୍ଣାଟକ: କର୍ଣ୍ଣାଟକରେ ଜଣେ ବ୍ୟକ୍ତି ଲୋନ ପାଇଁ ବ୍ୟାଙ୍କରେ ନିଆଁ ଲଗାଇ ଦେଇଛନ୍ତି । ଏଭଳି ଘଟଣା ହାଭେରୀ ଜିଲ୍ଲାରେ ହୋଇଥିବାର ଜଣାପଡିଛି । ଏହି ବ୍ୟକ୍ତି ବ୍ୟାଙ୍କରେ ଲୋନ ପାଇଁ ଅନେକ ଥର ଆବେଦନ କରିଥିଲେ, କିନ୍ତୁ ବାରମ୍ବାର ପ୍ରତ୍ୟାଖ୍ୟାନ ହେବା ପରେ ବ୍ୟକ୍ତି ଜଣକ ବିରକ୍ତ ହୋଇଥିଲେ । ସେ ଏହି ପ୍ରତ୍ୟାଖ୍ୟାନକୁ ଏତେ ଘୃଣ୍ୟ ମନେ କଲେ ଯେ ସେ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ । ଖବର ଅନୁଯାୟୀ, ଏଭଳି ମାମଲା ରବିବାର ହୋଇଥିବାର ଜଣାପଡିଛି । ଏହା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୋଲିସ କହିଛି ଯେ, ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ କାଗିନେଲି ପୋଲିସ ଷ୍ଟେସନରେ ଭାରତୀୟ ଦଣ୍ଡବିଧାନର ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ବ୍ୟାଙ୍କରୁ ଋଣ ନେବାକୁ ଚାହୁଁଥିଲା, ଯେଉଁଥି ପାଇଁ ସେ ବ୍ୟାଙ୍କରେ ଆବେଦନ କରିଥିଲେ । ତେବେ ଡକ୍ୟୁମେଣ୍ଟ ଯାଞ୍ଚ ପରେ ବ୍ୟାଙ୍କ ତାଙ୍କ ଋଣ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି । ଲୋନ ନେବା ପାଇଁ ଡକ୍ୟୁମେଣ୍ଟ ଏବଂ ଅନ୍ୟାନ୍ୟ ପାରାମିଟର ଗୁଡିକ ବ୍ୟାଙ୍କଗୁଡିକ ଦ୍ୱାରା ଯାଞ୍ଚ କରାଯାଇଥାଏ । ଯାହା ପରେ ଲୋନ ଗ୍ରହଣ କରାଯାଏ । ହେଲେ ବ୍ୟକ୍ତିଙ୍କର ଏହି ଅମାନସିକ କାର୍ଯ୍ୟ ପାଇଁ ପୋଲିସ ଏହି ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ।